ଚୀନ୍ ସହ ସୀମା ସଂଘର୍ଷ ହେଲେ ଟ୍ରମ୍ପ୍ ଭାରତକୁ ସମର୍ଥନ କରି ନ ପାରନ୍ତି: ଆମେରିକାର ପୂର୍ବତନ ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ୍ ବୋଲ୍‌ଟନ୍

Advertisment
ଚୀନ୍ ସହ ସୀମା ସଂଘର୍ଷ ହେଲେ ଟ୍ରମ୍ପ୍ ଭାରତକୁ ସମର୍ଥନ କରି ନ ପାରନ୍ତି: ଆମେରିକାର ପୂର୍ବତନ ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ୍ ବୋଲ୍‌ଟନ୍

Image Courtesy of Zee News

ନୂଆଦିଲ୍ଲୀ: ଯଦି ବେଜିଙ୍ଗ୍ ଓ ନୂଆଦିଲ୍ଲୀ ମଧ୍ୟରେ ସୀମା ସଂଘର୍ଷ ବୃଦ୍ଧି ପାଇଲେ ଟ୍ରମ୍ପ୍ ଯେ, ଭାରତକୁ ସମର୍ଥନ କରିବେ ଏହା କିଛି ଗ୍ୟାରେଣ୍ଟି ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ୍‌ ବୋଲ୍‌ଟନ୍ କହିଛନ୍ତି।

ନିଉଜ୍‌ ଚାନେଲ୍ ‘ୱିଓନ୍’ ସହ ସାକ୍ଷାତ୍‌କାର ବେଳେ ବୋଲ୍‌ଟନ୍ କହିଛନ୍ତି, ସୀମା ସଂଘର୍ଷର ଗରୁତ୍ବକୁ ସେ କେତେ ମାତ୍ରାରେ ଉପଲବ୍ଧି କରନ୍ତି, ତାହା ମୁଁ ଜାଣିନାହିଁ। ଭାରତ ଓ ଚୀନ୍ ମଧ୍ୟରେ କେତେ ଦଶନ୍ଧି ଧରି ଚାଲିଥିବା ଏହି ସଂଘର୍ଷର ଇତିହାସ ବିଷୟରେ ସେ କିଛି ଜାଣିଥିବା ପରି ମୋର ମନେ ହୁଏନାହିଁ। ତାଙ୍କୁ ଏ ସଂକ୍ରାନ୍ତରେ ଚୁମ୍ବକେ କୁହାଯାଇଥାଇ ପାରେ, କିନ୍ତୁ, ବାସ୍ତବରେ ଇତିହାସ ତାଙ୍କ ସ୍ମରଣରେ ରହେନାହିଁ।

publive-image Image Courtesy of WION

ସେ ପୁଣି କହିଛନ୍ତି, ମୁଁ ଜାଣେନା ସେ କ’ଣ କରିବେ। ସେ ଏ ପ୍ରସଙ୍ଗ ଜାଣିଥିବେ ବୋଲି ମୋର ମନେ ହୁଏନାହିଁ। ସେ ବାଣିଜ୍ୟ ମାଧ୍ୟମରେ ଚୀନ୍ ସହ ଭୌଗୋଳିକ ସମ୍ପର୍କ କଥା ହିଁ ଜାଣିଥିବେ ବୋଲି ମୋର ମନେହେଉଛି। ଚୀନ୍ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟ ଦେଶମାନଙ୍କରୁ ବୌଦ୍ଧିକ ସମ୍ପତ୍ତି ଚୋରାଇ ନେଇଥିବାରୁ ବାଣିଜ୍ୟ ହେଉଛି ଗୁରୁତ୍ବପୂର୍ଣ୍ଣ। ବର୍ଷ ବର୍ଷ ଧରି ବଳପୂର୍ବକ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର କରି ଚୀନ୍ ତା’ର ଅର୍ଥନୈତିକ ସଫଳତା ଓ ସାମରିକ କ୍ଷମତା ହାସଲ କରିଛି। ସେଥିପାଇଁ ହିଁ ସେ ଏତେଦୂର ଅଗ୍ରଗତି କରିପାରିଛି।

ନଭେମ୍ବର ନିର୍ବାଚନ ପରେ ଟ୍ରମ୍ପ୍ କ’ଣ କରିବେ ମୁଁ ଜାଣେନା। ସେ ଫେରି ଆସିବେ। ଉଘୁର୍ ଏବଂ ହଙ୍ଗକଙ୍ଗ୍ ପ୍ରସଙ୍ଗରେ ସେ ଚୀନ୍‌କୁ ସମାଲୋଚନା କରି ନ ପାରନ୍ତି। ସେ ଚୀନ୍ ସହ ହୋଇଥିବା ବୃହତ୍ ବାଣିଜ୍ୟ ରାଜିନାମାକୁ ଗ୍ରହଣ କରି ପାରନ୍ତି। ଏ ସମୟରେ ଭାରତ ଓ ଚୀନ୍‌ ମଧ୍ୟରେ ପରିସ୍ଥିତି ଜଟିଳ ହେଲେ ସେ କାହାକୁ ସମର୍ଥନ କରିବେ, ମୁଁ ନିଶ୍ଚିତ କରି କହିପାରିବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe