Image Source: Hindustan Times
ପାନ୍ମୁଞ୍ଜୋମ୍: କିମ୍ ଜୋଙ୍ଗ୍ ଉନ୍ଙ୍କୁ ଭେଟିବା ପାଇଁ ରବିବାର ଦିନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଉତ୍ତର କୋରିଆ ଭୂମିରେ ପାଦ ଦେଇଛନ୍ତି। ଦକ୍ଷିଣ ଏବଂ ଉତ୍ତର କୋରିଆକୁ ପୃଥକ୍ କରୁଥିବା ‘ଡିମିଲିଟାରାଇଜ୍ଡ୍ ଜୋନ୍’ ଠାରେ କିମ୍ଙ୍କ ସହ କରମର୍ଦ୍ଦନ କରିବା ପରେ ଟ୍ରମ୍ପ୍ ଉତ୍ତର କୋରିଆ ମଧ୍ୟକୁ କେଇ ପାଦ ଅଗ୍ରସର ହୋଇ ପୁଣି କିମ୍ଙ୍କ ସହ କରମର୍ଦ୍ଦନ କରିଥିଲେ।
କୌଣସି ଆମେରିକୀୟ ରାଷ୍ଟ୍ରପତି କୋରିଆ ଉପଦ୍ୱୀପରେ ପାଦ ଦେବାରେ ଏହା ହେଉଛି ପ୍ରଥମ ଘଟଣା।
Image Source: Independentତା’ପରେ ଉଭୟ ଏକତ୍ର ସିଓଲ୍ ସୀମାରେଖା ଭିତରକୁ ଚାଲି ଚାଲି ଯାଇ ସେମାନେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜେ-ଇନ୍ଙ୍କ ସହ ମିଳିତ ହୋଇ ଫଟୋଗ୍ରାଫର୍ମାନଙ୍କ ପାଇଁ ପୋଜ୍ ଦେଇଥିଲେ।
ଟ୍ରମ୍ପ୍ କହିଲେ: ବିଶ୍ୱ ପାଇଁ ଆଜି ଦିନଟି ମହାନ୍ ଏବଂ ଏଠାରେ ପହଞ୍ଚିବା ମୋ ପାଇଁ ସମ୍ମାନର କଥା। ଗୁଡ଼ାଏ ଭଲ ଘଟଣା ଘଟି ଚାଲିଛି।
‘ଡିମିଲିଟାରାଇଜ୍ଡ୍ ଜୋନ୍’ ଠାରେ ଭେଟାଭେଟି ହେବା ପୂର୍ବରୁ ଶନିବାର ଦିନ ଟ୍ରମ୍ପ୍ ଟୁଇଟର୍ରେ ନିମନ୍ତ୍ରଣ ଜାରି କରିଥିଲେ। ଟ୍ରମ୍ପ୍ କହିଥିଲେ, ଭିଏତ୍ନାମ୍ ପରଠାରୁ ଆମେ ପରସ୍ପରକୁ ଭେଟି ନ ଥିବାରୁ ତୁରନ୍ତ ହାତ ମିଳାଇ ହେଲୋ କହିବୁ।
Follow Us