ପ୍ରବାସ ବାସ ପାଇଁ ଯୋଗ୍ୟତା-ଭିତ୍ତିକ ଭିସା ପ୍ରଚଳନ କରିବାକୁ ଘୋଷଣା କଲେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌

Advertisment
ପ୍ରବାସ ବାସ ପାଇଁ ଯୋଗ୍ୟତା-ଭିତ୍ତିକ ଭିସା ପ୍ରଚଳନ କରିବାକୁ ଘୋଷଣା କଲେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌

Image Courtesy of Star Tribune

ନୂଆଦିଲ୍ଲୀ: ଆମେରିକୀୟ ଭିସା ଲଟେରିର ଅବସାନ ଘଟାଇ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ନୂତନ ‘ଯୋଗ୍ୟତା-ଭିତ୍ତିକ’ ପ୍ରବାସ ବାସ ଧାରା ପ୍ରଚଳନ କରିବା କଥା ତାଙ୍କର ଆଜି ତାଙ୍କର ପ୍ରଥମ ‘ଷ୍ଟେଟ୍‌ ଅଫ୍‌ ଦି ୟୁନିୟନ୍‌’ ସମ୍ଭାଷଣରେ ଘୋଷଣା କରିଛନ୍ତି। ଆତଙ୍କବାଦର ବିପଦ୍‌ ଏବଂ ଆମେରିକୀୟ ସମାଜକୁ ଭଲ ପାଇ ପାରୁଥିବା ଏବଂ ଅବଦାନ ଦେଉଥିବା ଲୋକଙ୍କୁ କେବଳ ଭିସା ଦିଆଯିବ ବୋଲି ସେ କହିଛନ୍ତି।
ପ୍ରବାସ ବାସ ସଂସ୍କାର ଯୋଜନାର ଚାରିଟି ସ୍ତମ୍ଭ କଥା କହିଛନ୍ତି ଟ୍ରମ୍ପ୍‌। ସେଥିରୁ ତୃତୀୟଟି ହେଉଛି ଭିସା ଲଟେରିର ଅବସାନ। ଏଚ୍‌୧-ବି ଭିସାରେ ବହୁ ସଂଖ୍ୟକ ଆଇଟି ପ୍ରଫେସ୍‌ନାଲ୍‌ ଆମେରିକା ଯାଉଥିବାରୁ ଏହି ପ୍ରସ୍ତାବ ବିଶେଷ ଭାବେ ଭାରତୀୟ ନାଗରିକ ଏବଂ କମ୍ପାନିଗୁଡ଼ିକର ସ୍ୱାର୍ଥ ସହ ଜଡ଼ିତ।

କଂଗ୍ରେସ୍‌ମେନ୍‌ମାନଙ୍କୁ ଟ୍ରମ୍ପ୍‌ କହିଲେ କି, କୁଶଳ, ଯୋଗ୍ୟତା କିଂବା ଆମ ଲୋକମାନଙ୍କ ନିରାପତ୍ତା ପ୍ରତି ଧ୍ୟାନ ନ ଦେଇ ଭିସା ଲଟେରି ଗ୍ରିନ୍‌ କାର୍ଡ ଦେଇ ଦେଉଛି। ତେଣୁ ଯୋଗ୍ୟତା-ଭିତ୍ତିକ ପ୍ରବାସ ବାସ ଧାରା ଆଡ଼କୁ ଯିବାର ସମୟ ଆସିଛି। କାମ କରିବାକୁ ଚାହୁଁଥିବା, ଆମ ସମାଜକୁ ଅବଦାନ ଦେବାକୁ ଚାହୁଁ ଥିବା, ଆମ ଦେଶକୁ ଭଲପାଉ ଥିବା ଏବଂ ସମ୍ମାନ ଦେଉଥିବା କୁଶଳୀ ଲୋକମାନଙ୍କୁ ଏହା ପ୍ରବେଶାଧିକାର ଦେବ।
ଟ୍ରମ୍ପ୍‌ ବୁଝାଇ କହିଲେ କି, ଭିସା ଲଟେରି ଏବଂ ଚେନ୍‌ ମାଇଗ୍ରେସନ୍‌ ଯୋଗୁଁ ନ୍ୟୁୟର୍କରେ ଦୁଇ ଦୁଇଟି ଆତଙ୍କବାଦୀ ଆକ୍ରମଣ ସମ୍ଭବପର ହୋଇପାରିଛି। ଏଇ ଆତଙ୍କବାଦର ଯୁଗରେ ଏଭଳି ଯୋଜନାରେ ବିପଦ୍‌ ଥିବାରୁ ଆମେ ଆଉ ତାହା ଯୋଗାଇ ପାରିବା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe