ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଖେମିନିଙ୍କୁ ସେ ଯଦି ହତ୍ୟା କରି ନ ଥାନ୍ତେ, ତେବେ ଖେମିନି ତାଙ୍କୁ ହତ୍ୟା କରିଥାନ୍ତେ। ତାଙ୍କୁ ହତ୍ୟା କରିବାକୁ ଇରାନ ପକ୍ଷରୁ ଦୁଇ ଥର ଷଡ଼ଯନ୍ତ୍ର ରଚାଯାଇଥିଲା ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଆମେରିକାର ଜଣେ ସାମ୍ବାଦିକଙ୍କ ସହିତ କଥା ହେବା ସମୟରେ ଏପରି ଚକିତ କରିଦେବା ପରି ତଥ୍ୟ ରଖିଛନ୍ତି।
ଆହୁରି ପଢନ୍ତୁ- Chandra Grahan 2026: ଦୋଳପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ'ଣ ଖାଇବେ, କ'ଣ ପିଇବେ ?
ଟ୍ରମ୍ପ ଆମେରିକା ଗୁଇନ୍ଦା ଏଜେନ୍ସିଙ୍କ ସୂଚନା ଆଧାରରେ କହିଛନ୍ତି ଯେ, ୨୦୨୪ରେ ଇରାନ ପକ୍ଷରୁ ତାଙ୍କୁ ହତ୍ୟା କରିବାକୁ ଷଡ଼୍ଯନ୍ତ୍ର କରାଯାଇଥିଲା। ଏବିସି ନ୍ୟୁଜ୍ ୱାସିଂଟନ ମୁଖ୍ୟ ପ୍ରତିନିଧି ଜୋନାଥନ୍ କାର୍ଲଙ୍କୁ ଏହି ସୂଚନା ଦେଇଛନ୍ତି। ଅୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ କିଏ ଇରାନର ନେତୃତ୍ବ ନେବ ବୋଲି କାର୍ଲଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଥିଲେ, ଆକ୍ରମଣ ଏତେ ଜୋରଦାର ଥିଲା ଯେ, ଇରାନର ନେତୃତ୍ବ ନେବା ଦୌଡ଼ରେ ଥିବା ଅଧିକାଂଶ ନେତା ଏଥିରେ ନିହତ ହୋଇଛନ୍ତି। ଯୁଦ୍ଧ କେତେ ଦିନ ଧରି ଚାଲିବ ବୋଲି ଟ୍ରମ୍ପଙ୍କୁ ପଚରାଯିବାରୁ ସେ କହିଥିଲେ, ଯୁଦ୍ଧ ଚାରିରୁ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏହାପୂର୍ବରୁ ଶେଷ ହେବ। ତଥାପି ଆମେ ଦୀର୍ଘଦିନ ଧରି ଯୁଦ୍ଧ ଚାଲିବା ନେଇ ପ୍ରସ୍ତୁତ ଥିବା ଟ୍ରମ୍ପ କହିଛନ୍ତି।
ଆହୁରି ପଢନ୍ତୁ- Stock Market: ଦୋହଲିଗଲା ଷ୍ଟକ୍ ବଜାର: ସେନ୍ସେକ୍ସ ୧୦୪୮ ପଏଣ୍ଟ୍ ଖସିଲା, ଆମେରିକାରୁ ପାକିସ୍ତାନ ପର୍ଯ୍ୟନ୍ତ ପ୍ରଭାବ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/02/donald-trump-2026-03-02-21-18-28.jpg)