Representative Image Source: Zee News
ନ୍ୟୁୟର୍କ: ନିକଟ ଅତୀତରେ ସାଉଦି ଆରବ ତୈଳକୂପ ଉପରେ ଆକ୍ରମଣ ପରେ ତୈଳ ଦର ନିୟନ୍ତ୍ରଣାଧୀନ କରିବାକୁ ତୈଳ ଭଣ୍ଡାରରୁ ତୈଳ ନିଷ୍କାସନ କରିବାକୁ ଆଦେଶ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍। ଟୁଇଟ୍ କରି ସେ କହିଛନ୍ତି: ସାଉଦି ଆରବ ତୈଳକୂପ ଆକ୍ରମଣକାରୀକୁ ଆମେରିକା ଜାଣେ।
ସାଉଦି ଆରବ ଆକ୍ରମଣ ଯୋଗୁଁ କାଳେ ତୈଳ ଦର ପ୍ରଭାବିତ ହେବ ସେହି ଦୃଷ୍ଟିରୁ ମୁଁ ‘ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ’ରୁ ତୈଳ ନିଷ୍କାସନ ନିମନ୍ତେ ମୁଁ ଆଦେଶ ଦେଇଛି।
/sambad/media/post_attachments/wp-content/uploads/2019/09/oil-well-300x190.jpg)
ଉଲ୍ଲେଖଯୋଗ୍ୟ ଯେ ‘ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ’ ହେଉଛି ବିଶ୍ୱର ସର୍ବବୃହତ୍ ଅଶୋଧିତ ତୈଳ ଭଣ୍ଡାର।
ଟ୍ରମ୍ପ୍ ଆହୁରି କହିଛନ୍ତି ଯେ ତୈଳକୂପ ଆକ୍ରମଣ ଘଟଣାରେ ସାଉଦି ଆରବ କାହାକୁ ସନ୍ଦେହ କରୁଛି, ସେ କଥା ତା’ଠାରୁ ଆମେରିକା ଶୁଣିବାକୁ ଅପେକ୍ଷା କରିଛି। ଏହା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଧାର୍ଯ୍ୟ କରାଯିବ।
ସାଉଦି ଆରବ ତୈଳକୂପ ଆକ୍ରମଣ ଘଟଣାରେ ଯୁକ୍ତରାଷ୍ଟ୍ର ଆମେରିକା ଇରାନ୍କୁ ଦାୟୀ କରିଛି। କିନ୍ତୁ, ଇରାନ ଏହାକୁ ଅସ୍ୱୀକାର କରିଛି।
ଆକ୍ରମଣ ପରେ ବିଶ୍ୱ ତୈଳ ଯୋଗାଣରୁ ୫% ହ୍ରାସ ପାଇବା ଫଳରେ ଛଅମାସ ମଧ୍ୟରେ ତୈଳ ଦର ସବୁଠୁ ଅଧିକ ହୋଇଛି।
Follow Us