Image Courtesy of India Today
ୱାସିଂଟନ୍: ହାଇସ୍କୁଲ ଛାତ୍ର ଥିବାବେଳେ କଲେଜ ପ୍ରବେଶିକା ପରୀକ୍ଷା ନିମନ୍ତେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ‘ପ୍ରକ୍ସି’ (ତାଙ୍କ ଲାଗି ଅନ୍ୟ ଜଣେ) ଦେଇଥିଲେ ବୋଲି ଆସନ୍ତା ସପ୍ତାହରେ ପ୍ରକାଶ ପାଉଥିବା ତାଙ୍କ ଝିଆରୀଙ୍କ ରଚିତ ଏକ ପୁସ୍ତକରେ ଉଲ୍ଲେଖ ଅଛି।
‘ଦ ନ୍ୟୁୟର୍କ ଟାଇମ୍ସ’ ସମ୍ବାଦପତ୍ର ଅନୁସାରେ, ‘ଠୁ ମଚ୍ ଆଣ୍ଡ୍ ନେଭର୍ ଏନଫ୍: ହାଓ ମାଇ ଫ୍ୟାମିଲି କ୍ରିଏଟେଡ୍ ଦ ୱାର୍ଲଡ୍ସ୍ ମୋଷ୍ଟ୍ ଡେଞ୍ଜରିୟସ୍ ମ୍ୟାନ୍’ ପୁସ୍ତକରେ ଝିଆରୀ ମେରି ଟ୍ରମ୍ପ୍ ଲେଖିଛନ୍ତି ଯେ, ‘ଏସ୍ଏଟି’ ପରୀକ୍ଷା ଦେବା ନିମନ୍ତେ ଟ୍ରମ୍ପ୍ ନିଜ ପରିବର୍ତ୍ତେ ଅନ୍ୟଜଣଙ୍କୁ ଅର୍ଥ ଦେଇ ପଠାଇଥିଲେ। ‘ଏସ୍ଏଟି’ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାଂଶ ବିଶ୍ବବିଦ୍ୟାଳୟ କରାଉଥିବା ପ୍ରବେଶିକା ପରୀକ୍ଷା।
Image Courtesy of Flipbordଝିଆରୀ ମେରି ଟ୍ରମ୍ପ୍ ବହିରେ ଲେଖିଛନ୍ତି, ‘ପ୍ରକ୍ସି’ଜଣକ ଭଲ ନମ୍ବର ରଖିବାରୁ ତରୁଣ ଟ୍ରମ୍ପ୍ ୟୁନିଭର୍ସିଟିଜ୍ ଅଫ୍ ପେନ୍ସିଲ୍ଭେନିଅର ସମ୍ମାନଜନକ ହ୍ବାର୍ଟନ୍ ବିଜ୍ନେସ୍ ସ୍କୁଲ୍ରେ ଜଣେ ଅଣ୍ଡର୍ଗ୍ରାଜୁଏଟ୍ ରୂପେ ନାମ ଲେଖାଇବାକୁ ସମର୍ଥ ହୋଇଥିଲେ।
ମଙ୍ଗଳବାର ଦିନ ଏହି ପୁସ୍ତକ ସମ୍ବନ୍ଧରେ ପଚରା ଯିବାରୁ ହ୍ବାଇଟ୍ ହାଉସ୍ର ବରିଷ୍ଠ ଉପଦେଷ୍ଟା କେଲିୟାନ୍ କନ୍ୱେ ସାମ୍ବାଦିକମାନଙ୍କୁ କହିଲେ, ଏହା ପାରିବାରିକ ଘଟଣା।
ମେରି ଟ୍ରମ୍ପ୍ ହାସଲ କରିଥିବା କ୍ଲିନିକାଲ୍ ସାଇକୋଲଜି ଡିଗ୍ରି ଆଡ଼କୁ ସୂଚାଇ କନ୍ୱେ କହିଛନ୍ତି, ସେ (ରାଷ୍ଟ୍ରପତି) ତାଙ୍କ ରୋଗୀ ନୁହନ୍ତି, ତାଙ୍କ ଦାଦି। ମୋର ମନେହୁଏ ପାରିବାରିକ ବ୍ୟାପାର ପାରିବାରିକ ହୋଇଥାଏ। ଏହା ମିଥ୍ୟାଚାରର ପୁସ୍ତକ, ତେଣୁ ଏ କଥା ବି ମିଥ୍ୟା।
Follow Us