ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହୁଛନ୍ତି, ତୃତୀୟ ବିଶ୍ବଯୁଦ୍ଧ ଟାଳିବାକୁ ସେ ହିଁ ଏକମାତ୍ର ରାଷ୍ଟ୍ରପତି ପ୍ରାର୍ଥୀ

Advertisment
ଟ୍ରମ୍ପ୍‌ଙ୍କ ମାମଲାରେ ଆମେ ନଜର ରଖିଛୁ : ଭାରତ

Image Courtesy of India Today

ଡାଭେନ୍‌ପୋର୍ଟ: ଆମେରିକାକୁ ରକ୍ଷା କରିବା ଏବଂ ନୂଆ ବିଶ୍ବଯୁଦ୍ଧକୁ ଟାଳିବା ପାଇଁ ସେ ହିଁ ଏକମାତ୍ର ସମର୍ଥ ରାଷ୍ଟ୍ରପତି ପ୍ରାର୍ଥୀ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ସୋମବାର ଦିନ ଆଇଓୱା ଅନ୍ତର୍ଗତ ଡାଭେନ୍‌ପୋର୍ଟରେ ପ୍ରଚାର ଅଭିଯାନରେ ଯାଇଥିବା ବେଳେ କହିଛନ୍ତି।

‘ନିଉଜ୍‌ଉଇକ୍‌’ ରିପୋର୍ଟ ଅନୁସାରେ ଟ୍ରମ୍ପ୍‌ କହିଛନ୍ତି, ବିଶ୍ବ ପାଇଁ ଆଗରୁ ଏ ଭଳି ବିପଜ୍ଜନକ ପରିସ୍ଥିତି ଆସି ନ ଥିଲା। ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷ୍‌କୁ ସିଧା ଚୀନ୍‌ କୋଳକୁ ଠେଲି ଦେଇଛନ୍ତି। ତେଣୁ, ସରକାର ଆମ ଦେଶକୁ ପରମାଣୁ ଯୁଦ୍ଧାଭିମୁଖୀ କରାଉଛନ୍ତି। ଯାହା ଫଳରେ ବିଶ୍ବ ଧ୍ବଂସ ହୋଇଯିବାର ସମ୍ଭାବନା ରହିଛି।

ଏଭଳି ପ୍ରଶାସନ କାରଣରୁ ଆମେ ତୃତୀୟ ବିଶ୍ବଯୁଦ୍ଧରେ ଜୀବନ ହରାଇବା। ଯେତେବେଳେ ମଧୁର ଭାବେ କାର୍ଯ୍ୟ କରିବା ଉଚିତ ସେମାନ‌େ (ପ୍ରଶାସନ) କଠୋର ପନ୍ଥା ଅବଲମ୍ବନ କରୁଛନ୍ତି ଏବଂ ଯେତେବେଳେ କଠୋର ପନ୍ଥା ଗ୍ରହଣ କରିବା ଉଚିତ, ମଧୁର ଭାବେ କାର୍ଯ୍ୟ କରୁଛନ୍ତି। ସତ କହିବାକୁ ଗଲେ, କ’ଣ କରୁଛନ୍ତି ସେମାନେ ନିଜେ ବି ବୁଝି ପାରୁନାହାନ୍ତି। ସେମାନଙ୍କ ଯୋଗୁଁ ଆମେ ବିଶ୍ବଯୁଦ୍ଧରେ ପ୍ରାଣ ହରାଇବା।

publive-image Image Courtesy of NDTV

‘ମୁଁ ତୃତୀୟ ବିଶ୍ବଯୁଦ୍ଧ ଟାଳି ପାରିବି’ ଆଜି ଆପଣମାନଙ୍କ ସମ୍ମୁଖରେ ଠିଆ ହୋଇ ଏଭଳି ଶପଥ କରିବାରେ ମୁଁ ହେଉଛି ଏକମାତ୍ର ପ୍ରାର୍ଥୀ। କାରଣ ମୋର ମନେ‌ ହେଉଛି ଆପଣମାନେ ତୃତୀୟ ବିଶ୍ବଯୁଦ୍ଧର ସମ୍ମୁଖୀନ ହେବେ। ଟ୍ରମ୍ପ୍‌ ଏ କଥା କହିବା ପରେ ଉପସ୍ଥିତ ତାଙ୍କର ଅନୁଗତମାନେ ହର୍ଷୋତ୍‌ଫୁଲ୍ଲ ହୋଇଉଠିଥିଲେ।

ସେ ମଧ୍ୟ ଦାବି କରିଛନ୍ତି ଯେ, ଯଦି ସେ ୨୦୨୪ ନିର୍ବାଚନରେ ଜୟଯୁକ୍ତ ହୁଅନ୍ତି ତେବେ ୨୪ ଘଣ୍ଟା ମଧ୍ୟରେ ରୁଷ୍-ୟୁକ୍ରେନ୍‌ ମସସ୍ୟା ସମାଧାନ ହୋଇଯିବ। ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହିତ ତାଙ୍କର ବନ୍ଧୁତା ଖୁବ୍‌ ଅନ୍ତଃରଙ୍ଗ। ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ ତାଙ୍କ କଥା ରଖିବେ। ବୁଝାମଣା କରିବା ଲାଗି ତାଙ୍କୁ ଦିନକରୁ ଅଧିକ ସମୟ ଲାଗିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe