ଆମେରିକୀୟ ଉତ୍ପାଦ ଉପରେ ଭାରତର ଟିକସ ବୃଦ୍ଧି ଗ୍ରହଣୀୟ ନୁହେଁ, ପ୍ରତ୍ୟାହାର କରାଯାଉ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଆମେରିକୀୟ ଉତ୍ପାଦ ଉପରେ ଭାରତର ଟିକସ ବୃଦ୍ଧି ଗ୍ରହଣୀୟ ନୁହେଁ, ପ୍ରତ୍ୟାହାର କରାଯାଉ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Source: Hindustan Times

ବ୍ଲୁମ୍‌ବର୍ଗ: ଆମେରିକୀୟ ଉତ୍ପାଦ ଉପରେ ଭାରତ ଲାଗୁ କରିଥିବା ଟିକସ ଗ୍ରହଣୀୟ ନୁହେଁ ଏବଂ ତାହା ପ୍ରତ୍ୟାହାର କରି ନିଆଯାଉ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି।

ଏ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତ ପ୍ରତି ଉଦ୍ଦିଷ୍ଟ କେତେକ ପ୍ରମୁଖ ବ୍ୟବସାୟ ସୁବିଧା ପ୍ରତ୍ୟାହାର କରିନେବା ପରେ ୨୮ଟି ଆମେରିକୀୟ ଉତ୍ପାଦ ଉପରେ ଭାରତ ଅଧିକ ଟିକସ ଲାଗୁ କରିଛି।

publive-image Image Source: Zee News

ଟ୍ରମ୍ପ୍‌ ଟୁଇଟ୍‌ କରିଛନ୍ତି: ବର୍ଷ ବର୍ଷ ଧରି ଭାରତ ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷରେ ଅଧିକ ଟିକସ ଲାଗୁ କରି ଆସୁଛି, ପୁଣି ଏବେ କ’ଣ ପାଇଁ ଆହୁରି ଅଧିକ ଟିକସ ବୃଦ୍ଧି କରାଗଲା ତା’ର କାରଣ ବିଷୟରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁଛି।

ଜାପାନରେ ଜି୨୦ ଶିଖର ବୈଠକରେ ମୋଦୀଙ୍କୁ ଭେଟିବାକୁ ଯାଉଥିବା ଟ୍ରମ୍ପ୍‌ କହିଛନ୍ତି: ଏଇଟା ଗ୍ରହଣୀୟ ନୁହେଁ। ଏ ଟିକସ ଅବଶ୍ୟ ପ୍ରତ୍ୟାହାର କରାଯିବା କଥା।

ଏ ସଂକ୍ରାନ୍ତରେ ଭାରତୀୟ ବାଣିଜ୍ୟ ମନ୍ତ୍ରାଳୟ ଗଣମାଧ୍ୟମ ଆଗରେ ହଠାତ୍‌ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe