୨ ବର୍ଷ ପରେ ଉଠିଲା ନିଷେଧାଦେଶ; ‘ଫେସ୍‌ବୁକ୍‌’ରେ ପ୍ରଥମ ପୋଷ୍ଟ୍‌ ସେୟାର୍‌ କଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Advertisment
୨ ବର୍ଷ ପରେ ଉଠିଲା ନିଷେଧାଦେଶ; ‘ଫେସ୍‌ବୁକ୍‌’ରେ ପ୍ରଥମ ପୋଷ୍ଟ୍‌ ସେୟାର୍‌ କଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Courtesy of Sky News

ୱାସିଂଟନ୍‌: ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ଫେସ୍‌ବୁକ୍‌’ରୁ ୨ ବର୍ଷ ନିଷିଦ୍ଧ କରାଯିବା ପରେ ଶୁକ୍ରବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରଥମ ପୋଷ୍ଟ୍‌ ସେୟାର୍‌ କରିଛନ୍ତି।

୧୨ ସେକେଣ୍ଡ୍‌ର ଗୋଟାଏ ଭିଡିଓ କ୍ଲିପ୍‌ ସହିତ ଉକ୍ତ ପୋଷ୍ଟ୍‌ରେ ଟ୍ରମ୍ପ୍‌ ଲେଖିଛନ୍ତି: ମୁଁ ଫେରି ଆସିଛି। ଉକ୍ତ ଭିଡିଓଟି ତାଙ୍କର ୨୦୧୬ ନିର୍ବାଚନ ବିଜୟ ପରବର୍ତ୍ତୀ ଭାଷଣ ପରି ମନେହେଉଛି। ଏହାଛଡ଼ା, ଏହି ଭିଡିଓରେ ସେ ୨୦୧୪ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭର ଆଭାସ ବି ଦେଇଛନ୍ତି। ୨୦୧୬ ଭିଡିଓ ଶେଷରେ ଟ୍ରମ୍ପ୍‌ ତାଙ୍କର ପ୍ରସିଦ୍ଧ ସ୍ଲୋଗାନ୍‌ ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌’ ବା ‘ମାଗା’ ରଖିଛନ୍ତି। ସେତେବେଳେ ଏହି ସ୍ଲୋଗାନ୍‌ ଖୁବ୍ ଲୋକପ୍ରିୟ ହୋଇଥିଲା।

publive-image Image Courtesy of Metro

ଆଗରୁ ଫେବ୍ରୁଆରି ମାସରେ ‘ମେଟା’ ଟ୍ରମ୍ପ୍‌ଙ୍କ ‘ଫେସ୍‌ବୁକ’ ଓ ‘ଇନ୍‌ଷ୍ଟାଗ୍ରାମ୍‌’ ଆକାଉଣ୍ଟ୍‌ ସଚଳ କରିଥିଲା। ‘ମେଟା’ର ପଲିସି କମ୍ୟୁନିକେସନ୍‌ ନିର୍ଦେଶିକା ଆଣ୍ଡି ଷ୍ଟୋନ୍‌ ମଧ୍ୟ ଏ କଥା ସୁନିଶ୍ଚିତ କରିଥିଲେ ବୋଲି ‘ଏନ୍‌ବିସି ନିଉଜ୍‌’ ରିପୋର୍ଟ କରିଥିଲା।

ସ୍ମରଣଯୋଗ୍ୟ, ୨୦୨୧ ଜାନୁଆରି ୬ ତାରିଖ ଦିନ ‘କ୍ୟାପିଟଲ୍‌’ ଦଙ୍ଗା ଘଟଣା ପରେ ‘ଫେସ୍‌ବୁକ୍‌’ ଓ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଥିବା ଟ୍ରମ୍ପ୍‌ଙ୍କର ଆକାଉଣ୍ଟ୍‌ଗୁଡ଼ିକୁ ‘ମେଟା’ ଅଚଳ କରି ଦେଇଥିଲା।

ଏହାଛଡ଼ା, ଶୁକ୍ରବାର ଦିନ ‘ୟୁଟ୍ୟୁବ୍‌’ ବି ଟ୍ରମ୍ପ୍‌ଙ୍କର ଆକାଉଣ୍ଟ୍‌ ସଚଳ କରିଦେଇଛି। ଟୁଇଟ୍‌ କରି ‘ୟୁଟ୍ୟୁବ୍‌’ର ଜଣେ ଅଧିକାରୀ ଲେଖିଛନ୍ତି, ଆଜିଠୁ ଆରମ୍ଭ କରି ଡୋନାଲ୍‌ଡ୍‌ ଜେ. ଟ୍ରମ୍ପ୍‌ଙ୍କର ଚାନେଲ୍‌ ଉପରେ ଆଉ କଟକଣା ନାହିଁ। ନୂଆ ‘କଣ୍ଟେଣ୍ଟ୍‌’ ଅପ୍‌ଲୋଡ୍‌ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe