ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜଣେ ରାଜନେତା ଭାବେ ଯେତିକି ପରିଚିତ, ଜଣେ ସଉକିଆ ବ୍ୟକ୍ତିତ୍ବ ଭାବେ ମଧ୍ୟ ସେତିକି ଜଣାଶୁଣା। ସେ ତାଙ୍କର ଆଡ଼ମ୍ବର ଜୀବନଶୈଳୀ ସହ କେବେ ବି ସାଲିସ୍ କରନ୍ତି ନାହିଁ। ଏପରିକି ସେ ନିଜର ୧୫ ବର୍ଷ ତଳର ଏକ ସ୍ବପ୍ନକୁ ସାକାର କରିବା ପାଇଁ ଏବେ ହ୍ବାଇଟ୍ ହାଉସ୍ରେ ବୁଲ୍ଡୋଜର୍ ଚଳାଇଛନ୍ତି।
ଟ୍ରମ୍ପ୍ ଘୋଷଣା କରିଛନ୍ତି ଯେ ଏକ ବଲ୍ରୁମ୍ ତିଆରି କରିବା ପାଇଁ ହ୍ୱାଇଟ୍ ହାଉସର ପୂର୍ବ ୱିଙ୍ଗକୁ ଆନୁଷ୍ଠାନିକ ଭାବରେ ଭଙ୍ଗା ଯାଉଛି। ଯାହାକି ଅନେକ ରାଷ୍ଟ୍ରପତିଙ୍କର ଦୀର୍ଘ ବର୍ଷର ସ୍ବପ୍ନକୁ ପୂରା କରିବ। ତେବେ ସବୁଠାରୁ ବଡ଼କଥା ହେଲା ଟ୍ରମ୍ପ୍ ଏହି ପ୍ରକଳ୍ପରେ ତାଙ୍କର ନିଜସ୍ୱ ଅର୍ଥ ବିନିଯୋଗ କରୁଥିବା ଘୋଷଣା କରିଛନ୍ତି। ଏଥିରେ ଆମେରିକୀୟ କରଦାତାଙ୍କ ଅର୍ଥ ବିନିଯୋଗ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆହୁରି ପଢ଼ନ୍ତୁ: ଆଜିଠୁ ଲାଗୁ ହେଲା ଟ୍ରମ୍ପଙ୍କ ନୂଆ H-1B ଭିସା ନିୟମ
ଟ୍ରମ୍ପ୍ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର୍ କରି କହିଛନ୍ତି, ‘‘ଏହି ପ୍ରକଳ୍ପର ଅଂଶ ଭାବରେ ପୂର୍ବ ୱିଙ୍ଗକୁ ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ। ଏହା ଉଲ୍ଲେଖନୀୟ ଯେ ପୂର୍ବ ୱିଙ୍ଗ ଦଶନ୍ଧି ଧରି ହ୍ୱାଇଟ୍ ହାଉସ୍ କମ୍ପ୍ଲେକ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ କାର୍ଯ୍ୟ କରୁଥିଲା।’’
ସେ ଆହୁରି ବି କହିଛନ୍ତି ଯେ ‘‘ଏହି ବଲରୁମ୍ ବଡ଼ ସମାବେଶ ଏବଂ ସରକାରୀ କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ହେବ। ଭବିଷ୍ୟତ ପିଢ଼ିର ରାଷ୍ଟ୍ରପତିଙ୍କ ସେବା କରିବ। ଦୀର୍ଘ ୧୫୦ ବର୍ଷରୁ ଅଧିକ ସମୟ ଧରି ପ୍ରତ୍ୟେକ ରାଷ୍ଟ୍ରପତି ହ୍ୱାଇଟ୍ ହାଉସରେ ଏକ ବଲରୁମ୍ ରହିବାର ସ୍ୱପ୍ନ ଦେଖି ଆସିଛନ୍ତି। ଏହି ବଲରୁମ୍ ଆଗାମୀ ପିଢ଼ିର ଖୁସି ପାଇଁ ବ୍ୟବହୃତ ହେବ!"
ଆହୁରି ପଢ଼ନ୍ତୁ: କଥା ନମାନିଲେ ହମାସକୁ ମୂଳପୋଛ କରିଦେବି: ଟ୍ରମ୍ପ
ସିଏନଏନ ରିପୋର୍ଟ କରିଛି ଯେ ନୂତନ ବଲରୁମଟି ୯୦,୦୦୦ ବର୍ଗଫୁଟର ହେବ ଏବଂ ଏହା ଆମେରିକା ରାଷ୍ଟ୍ରପତିଙ୍କ ୨୦୦ ନିୟୁତ ଡଲାର ନବୀକରଣ ପଦକ୍ଷେପର ଏକ ଅଂଶ। ଏହି ବଲରୁମ ୧୫ ବର୍ଷରୁ ଅଧିକ ସମୟ ଧରି ଟ୍ରମ୍ପଙ୍କ ସ୍ୱପ୍ନ ହୋଇଆସିଛି। ଏହା ହ୍ୱାଇଟ୍ ହାଉସର ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାର କ୍ଷମତାକୁ ବିସ୍ତାର କରିବା ପାଇଁ ଡିଜାଇନ୍ କରାଯାଇଛି।
whitehouse | buldozer
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/21/untitled-2025-10-21-10-50-14.jpg)