ନୂଆଦିଲ୍ଲୀ: 'ଥାର୍ଡ ୱାର୍ଲଡ ଦେଶ'ରୁ ପ୍ରବାସୀ ଆସିବା ସମ୍ପୂର୍ଣ୍ଣ ବନ୍ଦ ହେବ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି ଘୋଷଣା କରିଛନ୍ତି। ସେ ସମସ୍ତ "ତୃତୀୟ ବିଶ୍ୱ ଦେଶ ବା Third World Countries"ରୁ ଆମେରିକାକୁ ସ୍ଥାୟୀ ଭାବରେ ପ୍ରବାସନ ନିଷେଧ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ତାଙ୍କ ପ୍ରଶାସନ ଆମେରିକାକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଏବଂ ବାଇଡେନ ପ୍ରଶାସନ ଅଧୀନରେ ଆମେରିକାରେ ବେଆଇନ ଭାବେ ପ୍ରବେଶ କରିଥିବା ପ୍ରବାସୀମାନଙ୍କୁ ବାହାର କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି।
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି 'ଅଣନାଗିକମାନଙ୍କୁ ଦିଆଯାଉଥିବା ସମସ୍ତ ସଂଘୀୟ ସୁବିଧା ଏବଂ ସବସିଡି ବନ୍ଦ କରିବା, ଦେଶର ଶାନ୍ତି ନଷ୍ଟ କରୁଥିବା ପ୍ରବାସୀମାନଙ୍କର ନାଗରିକତା ବାତିଲ କରିବା ଏବଂ ଦେଶ ଉପରେ ବୋଝ, ସୁରକ୍ଷା ପ୍ରତି ବିପଦ କିମ୍ବା ପାଶ୍ଚାତ୍ୟ ସଭ୍ୟତାକୁ ପାଳନ କରୁନଥିବା ବିଦେଶୀ ନାଗରିକଙ୍କୁ ଦେଶାନ୍ତର କରିବା।'
/sambad/media/post_attachments/ibnlive/uploads/2025/11/hgjghjg-2025-11-b3e0fa60950e3beda3c63af7ca7f6e0c-784386.jpg?impolicy=website&width=0&height=0)
ହ୍ୱାଇଟ୍ ହାଉସ୍ ନିକଟରେ ହୋଇଥିବା ଗୁଳିକାଣ୍ଡରେ ଦୁଇ ଜଣ ନ୍ୟାସନାଲ୍ ଗାର୍ଡ ସଦସ୍ୟ ଗୁରୁତର ଆହତ ହେବା ପରେ ଟ୍ରମ୍ପଙ୍କ ଏହି ଘୋଷଣା ଆସିଛି। ଆହତଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି, ଏବଂ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଆକ୍ରମଣ ଜଣେ ଆଫଗାନିସ୍ତାନ ନାଗରିକ କରିଥିଲେ ଯିଏ ବାଇଡେନ୍ ପ୍ରଶାସନ ସମୟରେ ତାଙ୍କ ପରିବାର ସହିତ ଆମେରିକାକୁ ପ୍ରବାସୀ ହୋଇ ଆସିଥିଲେ।
ଆହୁରି ପଢ଼ନ୍ତୁ: Aadhaar Card Rule Changed: ଆଧାର କାର୍ଡ ନିୟମରେ ବଡ ପରିବର୍ତ୍ତନ: ଜନ୍ମ ପ୍ରମାଣପତ୍ର ପାଇଁ ବିବେଚନା କରାଯିବ ନାହିଁ
'ଥାର୍ଡ ୱାର୍ଲଡ ଦେଶ'ର ଅର୍ଥ କ’ଣ?
ଟ୍ରମ୍ପ ଲେଖିଥିବା 'ଥାର୍ଡ ୱାର୍ଲଡ ଦେଶ'ର ଅର୍ଥ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ଏହା ଏକ ପୁରୁଣା ଶବ୍ଦ, ଯାହାର ବ୍ୟବହାର ଶୀତଳ ଯୁଦ୍ଧ ସମୟରେ କରାଯାଉଥିଲା। ଯେଉଁ ଦେଶ ଆମେରିକା ଓ ସୋଭିଏତ୍ ସଂଘକୁ ସମର୍ଥନ କରୁନଥିଲେ ସେମାନଙ୍କୁ 'ଥାର୍ଡ ୱାର୍ଲଡ ଦେଶ' କୁହାଯାଉଥିଲା। ସେତେବେଳେ ଆମେରିକାର ସହଯୋଗୀ ଦେଶମାନଙ୍କୁ 'ଫାଷ୍ଟ ୱାର୍ଲଡ' ଏବଂ ସୋଭିଏତ୍ ୟୁନିଅନକୁ ସମର୍ଥନ କରୁଥିବା ଦେଶମାନଙ୍କୁ 'ସେକେଣ୍ଡ ୱାର୍ଲଡ' କୁହାଯାଉଥିଲା। ସେସମୟରେ ଭାରତ 'ଥାର୍ଡ ୱାର୍ଲଡ' ସୂଚୀରେ ଥିଲା।
ଆହୁରି ପଢ଼ନ୍ତୁ: Shubhankar Mishra Controversy: ଶ୍ରୀମନ୍ଦିର ଗଲେ ଭାଙ୍ଗିଯାଏ ପ୍ରେମ ସମ୍ପର୍କ; ଏଭଳି କହି ବିବାଦରେ ଶୁଭଙ୍କର ମିଶ୍ରା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/28/trump-2025-11-28-13-34-42.jpg)