ଏୟାର୍‌ବେସ୍‌ ନିର୍ମାଣ ବାବଦ ଖର୍ଚ୍ଚ ଦେଲେ ଯାଇ ଆମେରିକୀୟ ସୈନ୍ୟମାନେ ଇରାକ୍‌ ଛାଡ଼ିବେ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Advertisment
ଏୟାର୍‌ବେସ୍‌ ନିର୍ମାଣ ବାବଦ ଖର୍ଚ୍ଚ ଦେଲେ ଯାଇ ଆମେରିକୀୟ ସୈନ୍ୟମାନେ ଇରାକ୍‌ ଛାଡ଼ିବେ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Source: Zee News

ଆବ୍ରୋଡ୍‌ ଏୟାର୍‌ ଫୋର୍ସ ଓ୍ଵାନ୍‌ (ଆମେରିକୀୟ ରାଷ୍ଟ୍ରପତିଙ୍କ ବିମାନ): ରବିବାର ଦିନ ଇରାକ୍‌ର ସଂସଦ ଆମେରିକୀୟ ସୈନିକମାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କହିବାରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ବାଗଦାଦ୍‌ ବିରୋଧରେ କଠୋର କଟକଣା ଲାଗୁ କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯଦି ସୈନିକମାନେ ଇରାକ୍‌ ଛାଡ଼ିବେ, ତେବେ ବାଗଦାଦ୍‌କୁ ଇରାକ୍‌ରେ ନିର୍ମାଣ ହୋଇଥିବା ଏୟାର୍‌ବେସ୍‌ ବାବଦ ଅର୍ଥ ଓ୍ଵାସିଂଟନ୍‌କୁ ଦେବାକୁ ପଡ଼ିବ।

ଏୟାର୍‌ଫୋର୍ସ ଓ୍ଵାନ୍‌ରେ ଟ୍ରମ୍ପ୍‌ ସମ୍ବାଦିକମାନଙ୍କୁ କହିଛନ୍ତି: ସେଠାରେ ଆମର ଗୋଟାଏ ଖୁବ୍‌ ବ୍ୟୟବହୁଳ ଏୟାର୍‌ବେସ୍‌ ଅଛି। ମୁଁ ଆସିବାର ବହୁ ଆଗରୁ ଏହାକୁ ନିର୍ମାଣ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ସେମାନେ ବ୍ୟୟବାବଦ ଅର୍ଥ ଭରଣା ନ କଲେ ଆମେ ସେଠାରୁ ହଟିବୁ ନାହିଁ।

publive-image Image Source: CBS News

ଟ୍ରମ୍ପ୍‌ ଆହୁରି କହିଲେ, ଇରାକ୍‌ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନ୍ୟଙ୍କୁ ଭଲରେ ଚାଲିଯିବାକୁ କହିନାହିଁ। ତେଣୁ ଆମେ ଏଭଳି କଟକଣା ଲାଗୁ କରିବୁ ଯାହା ସେମାନେ ପୂର୍ବରୁ କେବେ ଅଙ୍ଗେନିଭାଇ ନ ଥିବେ। ତାହା ଇରାନୀୟମାନଙ୍କୁ ତେଜହୀନ କରିଦେବ।

ଟ୍ରମ୍ପ୍‌ ମଧ୍ୟ ଧମକ ଦେଇ କହିଛନ୍ତି ଯେ ତେହେରାନ୍‌ ଯଦି ତା’ କମାଣ୍ଡର୍‌ଙ୍କ ହତ୍ୟାର ପ୍ରତିଶୋଧ ନିଏ ଆମେ ଇରାନ୍‌ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe