ପ୍ରଥମ ଥର ଲାଗି ସର୍ବସାଧାରଣରେ ଫେସ୍ ମାସ୍କ୍ ପିନ୍ଧିଲେ ଡୋନାଲ୍‌ଡ୍ ଟ୍ରମ୍ପ୍

ପ୍ରଥମ ଥର ଲାଗି ସର୍ବସାଧାରଣରେ ଫେସ୍ ମାସ୍କ୍ ପିନ୍ଧିଲେ ଡୋନାଲ୍‌ଡ୍ ଟ୍ରମ୍ପ୍

Image Courtesy of India Today

ୱାସିଂଟନ୍: ଶନିବାର ଦିନ ଏକ ସାମରିକ ହସ୍‌ପିଟାଲ୍‌ ପରିଦର୍ଶନ ସମୟରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ ଫେସ୍‌ ମାସ୍କ୍‌ ପିନ୍ଧିଥିଲେ। ସର୍ବସାଧାରଣ ସ୍ଥାନରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଫେସ୍ ମାସ୍କ୍ ପିନ୍ଧିବାର ଏହା ହେଉଛି ପ୍ରଥମ ଘଟଣା। ଅଭିନବ କରୋନାଭାଇରସ୍‌ର ବିସ୍ତାର କିଂବା ଆକ୍ରାନ୍ତ ନ ହେବାକୁ ସତର୍କତାମୂଳକ ପଦକ୍ଷେପ ଭାବେ ସ୍ବାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଏହି ମାସ୍କ୍‌ ପିନ୍ଧିବାକୁ ପରାମର୍ଶ ଦେଇଥିଲେ।

ଶସସ୍ତ୍ରବାହିନୀର ଆହତ ସୈନିକମାନଙ୍କୁ ଏବଂ କୋଭିଡ୍-୧୯ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ଭେଟିବାକୁ ଟ୍ରମ୍ପ୍‌ ହେଲିକପ୍ଟର୍ ଯୋଗେ ୱାସିଂଟନ୍ ଉପନଗରୀରେ ଅବସ୍ଥିତ ୱାଲ୍‌ଟର୍ ରିଡ୍ ନ୍ୟାସ୍‌ନାଲ୍ ମିଲିଟାରି ମେଡିକାଲ୍ ସେଣ୍ଟର୍‌କୁ ଯାଇଥିଲେ। ହ୍ବାଇଟ୍ ହାଉସ୍‌ରୁ ବାହାରିଲା ବେଳେ ସେ ସାମ୍ବାଦିକମାନଙ୍କୁ କହି‌ଥିଲେ, ମୋର ମନେହୁଏ ବିଶେଷତଃ, ଡାକ୍ତରଖାନାରେ ଥିବାବେଳେ ମାସ୍କ୍‌ ପିନ୍ଧିବା ଗୁରୁତ୍ବପୂର୍ଣ୍ଣ କଥା।

ସେ ହେଲିକପ୍ଟର୍‌ରୁ ଓହ୍ଲାଇ ୱାଲ୍‌ଟର୍ ରିଡ୍‌ ଡାକ୍ତରଖାନାକୁ ଯିବା ପର୍ଯ୍ୟନ୍ତ ମାସ୍କ୍ ପିନ୍ଧି ନ ଥିଲେ। କିନ୍ତୁ, ୱାଲ୍‌ଟର୍ ରିଡ୍‌ର ହଲ୍ ମଧ୍ୟରେ ମାସ୍କ୍‌ ପିନ୍ଧିଥିଲେ।

publive-image Image Courtesy of Chicago Sun-Times

ମହାମାରୀ ବ୍ୟାପିବାର ବହୁ ବିଳମ୍ବରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଫେସ୍‌ ମାସ୍କ୍‌ ପିନ୍ଧିଛନ୍ତି। ଗତ ମାର୍ଚ ମାସରୁ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ବ୍ୟାପିବା ଯୋଗୁଁ ୩. ୨ ନିୟୁତ ଜନତାଙ୍କୁ ସଂକ୍ରମିତ କରିବା ସହ ଅନ୍ୟୂନ ୧୩୪୦୦୦ ପ୍ରାଣହାନୀର କାରଣ ‌ହୋଇଛି। ସତର୍କତାମୂଳକ ପଦକ୍ଷେପସ୍ବରୁପ ସମସ୍ତେ ଫେସ୍‌ ମାସ୍କ୍ ପିନ୍ଧନ୍ତୁ ବୋଲି ଉପରାଷ୍ଟ୍ରପତି ମାଇକ୍ ପେନ୍‌ସ୍‌ଙ୍କ ସମେତ ପ୍ରାଦେଶିକ ଗଭର୍ଣ୍ଣର୍‌ମାନେ ପରାମର୍ଶ ଦେଇ ଆସୁଛନ୍ତି।

କିନ୍ତୁ, ସାମ୍ବାଦିକ ସମ୍ମିଳନୀ, କରୋନାଭାଇରସ୍ ଟାସ୍କ୍‌ଫୋର୍ସ ଅପ୍‌ଡେଟ୍, ରାଲି ଏବଂ ଅନ୍ୟାନ୍ୟ ସାର୍ବସାଧାରଣ କାର୍ଯ୍ୟକ୍ରମରେ ଫେସ୍‌ ମାସ୍କ୍‌ ପିନ୍ଧିବାକୁ ଟ୍ରମ୍ପ୍‌ ମନା କରିଦେଇଥିଲେ। ରାଷ୍ଟ୍ରପତିଙ୍କ ନିକଟତମ ଲୋକେ ଗଣମାଧ୍ୟମକୁ କହିଥିଲେ ଯେ, ଫେସ୍ ମାସ୍କ୍‌ ତାଙ୍କୁ ଦୁର୍ବଳ ପ୍ରତିପାଦିତ କରିବ ତାଙ୍କର ଆଶଙ୍କା ହେଉଛି। ଏହାଛଡ଼ା ଫେସ୍‌ ମାସ୍କ୍‌ ଯୋଗୁଁ ତାଙ୍କ ଧ୍ୟାନ ଆର୍ଥିକ ପୁନଃଉତ୍ଥାନ ଉପରୁ ହଟି ଜନସ୍ବାସ୍ଥ୍ୟ ସଙ୍କଟ ଆଡ଼କୁ ଟାଣିନେବ।

କିନ୍ତୁ, ଏବେ ଟ୍ରମ୍ପ୍ ନିୟମିତ ଫେସ୍‌ ମାସ୍କ୍‌ ପିନ୍ଧିବେ କି, ନାହିଁ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe