Image Courtesy of Politico
ୱାସିଂଟନ୍: ସରକାରୀ ଅଧିକାରୀମାନେ ସର୍ବସାଧାରଣରେ ଯାହା ଘୋଷଣା କଲେ ଶୁକ୍ରବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ଅବସ୍ଥା ତା’ଠାରୁ ବହୁତ ଖରାପ ଥିଲା ବୋଲି ହ୍ବାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମିଡୋଜ୍ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜ୍ବର ହୋଇଥିବା ଏବଂ ରକ୍ତରୁ ଅମ୍ଳଜାନସ୍ତର ଦ୍ରୁତ ବେଗରେ ହ୍ରାସ ପାଉଥିବା ଦେଖି ଡାକ୍ତରମାନେ ରାଷ୍ଟ୍ରପତିଙ୍କୁ ତୁରନ୍ତ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦେଇଥିଲେ।
ଶନିବାର ରାତିରେ ‘ଫକ୍ସ୍ ନିଉଜ୍’ ପ୍ରସାରଣ କରିଥିବା ସାକ୍ଷାତ୍କାରରେ ମିଡୋଜ୍ ଏହି ମନ୍ତବ୍ୟ ଦେଇଛନ୍ତି। ‘ଫକ୍ସ’ର ଉପସ୍ଥାପକ ଜିନାଇନ୍ ପାଇରୋଙ୍କୁ ମିଡୋଜ୍ କହିଥିଲେ, ଏବେ ତାଙ୍କ ଦେହରେ ଜ୍ବର ନାହିଁ। ଅମ୍ଳଜାନସ୍ତର ମଧ୍ୟ ଭଲ ଅଛି। ଗତକାଲି ସକାଳେ ଆମେ ସତରେ ଉଦ୍ବିଗ୍ନ ଥିଲୁ। ତାଙ୍କୁ ଜ୍ବର ହୋଇଥିଲା। ତାଙ୍କର ଅମ୍ଳଜାନସ୍ତର ମଧ୍ୟ ଦ୍ରୁତ ବେଗରେ କମି ଯାଇଥିଲା। ତଥାପି ଏହି ରାଷ୍ଟ୍ରପତିଜଣକ ଉଠି ଚଲାବୁଲା କରୁଥିଲେ।
Image Courtesy of CNN.comଶୁକ୍ରବାର ଦିନ ମିଡୋଜ୍ଙ୍କ ସମତେ ହ୍ବାଇଟ୍ ହାଉସ୍ ଅଧିକାରୀମାନେ କହିଥିଲେ ଯେ ଟ୍ରମ୍ପ୍ଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି ଏବଂ ସେ କାମ କରୁଛନ୍ତି। କିନ୍ତୁ, ସେ ‘ଫକ୍ସ୍ ନିଉଜ୍’କୁ କହିଛନ୍ତି ଯେ, ୱାଲ୍ଟର୍ ରିଡ୍ ଏବଂ ଜନ୍ସ୍ ହପ୍କିନ୍ସର ଡାକ୍ତରମାନେ ପରାମର୍ଶ ଦେଲେ କି, ଟ୍ରମ୍ପ୍ ଡାକ୍ତରଖାନା ଯାଆନ୍ତୁ।
ମୋ ଜାଣନ୍ତରେ ଆମ୍ଭମାନଙ୍କ ମଧ୍ୟରୁ ଅନେକ, ଡାକ୍ତର ଏବଂ ମୁଁ ଖୁବ୍ ଚିନ୍ତିତ ଥିବାବେଳେ ଗତ ସକାଳ ଠାରୁ ରାଷ୍ଟ୍ରପତି ଅବିଶ୍ବସନୀୟ ଉନ୍ନତି କରିଛନ୍ତି।
Follow Us