Donald Trump's new demands: ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଦାବି: ‘ଭାରତ-ପାକ୍‌ ସଂଘର୍ଷ ଅଟକାଇବାକୁ ମୋଦୀ କଲ୍‌ କରିଥିଲେ’

ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ  ହିଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଛନ୍ତି। ଟ୍ରମ୍ପ ଏଥର ଏକ ନୂ୍ଆ ଦାବି କରି କହିଛନ୍ତି,  ଉଭୟ ଭାରତ ଏବଂ ପାକିସ୍ତାନକୁ ୩୫୦ ପ୍ରତିଶତ ଶୁଳ୍କ କଟକଣାର ଧମକ....

dagadgd

Photograph: (The Hans India)

ୱାସିଂଟନ: ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ  ହିଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଛନ୍ତି। ଟ୍ରମ୍ପ ଏଥର ଏକ ନୂ୍ଆ ଦାବି କରି କହିଛନ୍ତି,  ଉଭୟ ଭାରତ ଏବଂ ପାକିସ୍ତାନକୁ ୩୫୦ ପ୍ରତିଶତ ଶୁଳ୍କ କଟକଣାର ଧମକ ଦେଇ ମୁଁ ଏହି ସଂଘର୍ଷ ଅଟକାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ କଲ୍‌ କରି କହିଥିଲେ ଯେ ‘ଆମେ ଯୁଦ୍ଧର ଲକ୍ଷ୍ୟ ହାସଲ କରିସାରିଛୁ ଏବଂ ଆଗକୁ ବଢ଼ିବାକୁ ଚାହୁନାହୁଁ’। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ବିବାଦର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷର ହସ୍ତ‌କ୍ଷେପ ହୋଇନାହିଁ ବୋଲି ଭାରତ ଲଗାତାର  ଦାବି କରୁଥିବା ବେଳେ ଟ୍ରମ୍ପ ୬୦ରୁ ଊର୍ଦ୍ଧ୍ବ ଥର ସେହି ସମାନ ଦାବି ଦୋହରାଇ କହିଛନ୍ତି ଯେ ସେ ହିଁ ଭାରତ-ପାକିସ୍ତାନ ସଂଘର୍ଷର ସମାଧାନ କରିଛନ୍ତି।  

ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଯୋଗ ଦେଇଥିବା ଆମେରିକା- ସାଉଦି ବିନିଯୋଗ ମଞ୍ଚରେ ଟ୍ରମ୍ପ ଏହି ସମାନ ଦାବି ଦୋହରାଇ କହିଥିଲେ ଯେ ୨ଟି ପରମାଣୁ ଶକ୍ତିସମ୍ପନ୍ନ ପଡ଼ୋଶୀ ଯୁଦ୍ଧ ଆଡ଼କୁ ଯାଇଥାନ୍ତେ, କିନ୍ତୁ ମୁଁ ପ୍ରତିଟି ରାଷ୍ଟ୍ରକୁ ୩୫୦ ପ୍ରତିଶତ ଶୁଳ୍କ ଧମକ ଦେଇଥିଲି।  ଟ୍ରମ୍ପ କହିଛନ୍ତି, ଆମେରିକା ସହ ଆଉ କୌଣସି ପ୍ରକାର ବାଣିଜ୍ୟ ହୋଇପାରିବନି ବୋଲି ମୁଁ ସେମାନଙ୍କୁ ଧମକ ଦେଇଥିଲି।  ଉଭୟ ଭାରତ ଏବଂ ପାକିସ୍ତାନ ତାଙ୍କୁ ଏହା ନକରିବା ପାଇଁ କହିଥିଲେ। 

ଟ୍ରମ୍ପ ପୁଣିଥରେ କହିଛନ୍ତି ଯେ ଅନ୍ୟ କୌଣସି ରାଷ୍ଟ୍ରପତି ତାହା କରିପାରିନଥାନ୍ତେ। ମୁଁ ସମସ୍ତ ଯୁଦ୍ଧ ବନ୍ଦ କରିବାପାଇଁ ଶୁଳ୍କ ବ୍ୟବହାର କରିଛି।  ୮ଟିରୁ ୫ଟି ଯୁଦ୍ଧ ବାଣିଜ୍ୟ ଏବଂ ଶୁଳ୍କ ପାଇଁ ବନ୍ଦ ହୋଇଯାଇଛି।  ଟ୍ରମ୍ପ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କୁ କଲ୍‌ କରିଥିଲେ ଏବଂ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଅସ୍ତ୍ରବିରତି ନିଷ୍ପତ୍ତିକୁ ସମର୍ଥନ କରିଥିବାରୁ  ମୋଦୀଙ୍କୁ  ଏଥିପାଇଁ ଧନ୍ୟବାଦ ଜଣାଇଥିଲି ଏବଂ ତାଙ୍କୁ ଏକ ଚୁକ୍ତି କରିବାପାଇଁ କହିଥିଲି ବୋଲି ଟ୍ରମ୍ପ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe