ଲଞ୍ଚ ପରେ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ବନିଲା ଟ୍ରମ୍ପ୍‌ଙ୍କ ‘ଟ୍ରୁଥ୍‌ ସୋସିଆଲ୍‌’

Advertisment
ଲଞ୍ଚ ପରେ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ବନିଲା ଟ୍ରମ୍ପ୍‌ଙ୍କ ‘ଟ୍ରୁଥ୍‌ ସୋସିଆଲ୍‌’

ୱାସିଂଟନ୍‌: କମାଲ କରୁଛି ଟ୍ରମ୍ପ୍‌ଙ୍କ ‘ଟ୍ରୁଥ୍‌ ସୋସିଆଲ୍‌’ । ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କର ନୂଆ ସାମାଜିକ ଗଣମାଧ୍ୟମ କମ୍ପାନି ‘ଟ୍ରୁଥ୍‌ ସୋସିଆଲ୍‌’ ଗତକାଲି ‘ଆପଲର ଆପ୍‌ ଷ୍ଟୋର୍‌’ରେ ରିଲିଜ୍‌ ହୋଇଛି। କିଛି ଦିନ ହେବ ‘ଟ୍ରୁଥ୍‌ ସୋସିଆଲ୍‌’କୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଆପ ଏକ ନୂଆ ସଫଳତା ହାସଲ କରିଛି। ‘ଆପଲର ଆପ୍‌ ଷ୍ଟୋର୍‌’କୁ ଆସିବାର କିଛି ଘଣ୍ଟା‌ ମଧ୍ୟରେ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ବନିଛି ‘ଟ୍ରୁଥ୍‌ ସୋସିଆଲ୍‌’।

ଏହି ଆପ୍ ଲଞ୍ଚ ହେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆକୁ ଫେରିଛନ୍ତି। ଗତ ବର୍ଷ ଆମେରିକାରେ ହୋଇଥିବା ହିଂସା ପରେ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ ସେ ନିଜେ ଏକ ଆପ ଲଞ୍ଚ କରିବା ନେଇ ଘୋଷଣା କରିଥିଲେ। ଏବେ ଏହି ଆପ୍ ଲଞ୍ଚ ହେବା ପରେ ଲୋକଙ୍କ ମଧ୍ୟରେ ଏହି ଆପକୁ ନେଇ କେତେ ଉତ୍ସାହ ଥିଲା ତାହା ଜଣାପଡ଼ିଛି। ସୋମବାର ମଧ୍ୟରାତ୍ରରେ ଲଞ୍ଚ ହୋଇଥିବା ଏହି ଆପ ସୋମବାର ସକାଳକୁ ଏକ ବଡ଼ ସଫଳତା ହାସଲ କରିସାରିଥିଲା। ଆପଲ ଆପ ଷ୍ଟୋରର ଫ୍ରି ଆପର ସୂଚୀରେ ୧ନମ୍ବରରେ ଥିଲା ‘ଟ୍ରୁଥ୍‌ ସୋସିଆଲ୍‌’। ଯେଉଁ ଉପଭୋକ୍ତାମାନେ ଏହି ଆପ୍ ପାଇଁ ପୂର୍ବରୁ ପଞ୍ଜୀକୃତ ହୋଇଥିଲେ, ଏବେ ସେମାନଙ୍କ ଆପଲ୍ ଡିଭାଇସରେ ଏହି ଆପ ସ୍ୱୟଂଚାଳିତ ଭାବରେ ଡାଉନଲୋଡ୍ ହେଉଛି।

Truth Social aajtak

ଉଲ୍ଲେଖଯୋଗ୍ୟ, ଟ୍ରୁଥ୍ ସୋସିଆଲର ମୂଳ କମ୍ପାନି ହେଉଛି ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍। ଏବେ ଏହାର ଦାୟିତ୍ୱ ତୁଲାଉଛନ୍ତି ଡିଭିନ ନ୍ୟୁନ୍ସ। ରବିବାର ଦିନ ଏକ ବିବୃତିରେ ନ୍ୟୁନ୍ସ କହିଥିଲେ ଯେ, 'ଏହି ସପ୍ତାହରେ ଆମେ ଆପଲ୍ ଆପ୍ ଷ୍ଟୋର୍‌ରେ ଆପ୍ ଲଞ୍ଚ କରିବୁ। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଆପ୍  ସମଗ୍ର ଆମେରିକାରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe