ଡନ୍‌ବାସ୍‌ ଜନତା ‘ବୁଲା କୁକୁର’ ନୁହନ୍ତି: ପୁଟିନ୍‌

Advertisment
ଆମେରିକା ଗୁଇନ୍ଦା ଅଧିକାରୀଙ୍କ ସୂଚନା; ରାଗରେ ଜଳୁଛନ୍ତି ପୁଟିନ

Image Courtesy of India Today

ନୂଆଦିଲ୍ଲୀ: ସେନା ପଠାଇବା ନିଷ୍ପତ୍ତି ଥିଲା ଖୁବ୍‌ କଠିନ କିନ୍ତୁ, ଡନ୍‌ବାସ୍ ଜନତା ତ ‘ବୁଲା କୁକୁର’ ନୁହନ୍ତି ବୋଲି ୟୁକ୍ରେନ୍‌ ଆକ୍ରମଣ ପ୍ରସଙ୍ଗ କହିବା ବେଳେ ରାଷ୍ଟ୍ରପତି ପୁଟିନ୍‌ କହିଥିବା ରୁଷ୍‌ ରାଷ୍ଟ୍ରାୟାତ ଗଣମାଧ୍ୟମର ସହଯୋଗୀ ‘ରୁଷିଆ ଟୁଡେ’ ରିପୋର୍ଟ କରିଛି। ପୁଟିନ୍‌ ଅଭିଯୋଗ କରିଛନ୍ତି ଯେ, ଡନ୍‌ବାସ୍‌ ଅଞ୍ଚଳବାସୀଙ୍କ ଉପରେ ୟୁକ୍ରେନୀୟ ସରକାର ଅତ୍ୟାଚାର କରୁଛନ୍ତି।

ରିପୋର୍ଟ ଅନୁସାରେ, ଶନିବାର ଦିନ ରୁଷୀୟ ରାଷ୍ଟ୍ରପତି କହି‌ଲେ, ୟୁକ୍ରେନ୍‌କୁ ରୁଷୀୟ ସେନା ପଠାଇବା ନିଷ୍ପତ୍ତି ଥିଲା କଠିନ, ଏଥିରେ ସନ୍ଦେହ ନାହିଁ। ଏହାକୁ ଯଥାର୍ଥ ବୋଲି ସାବ୍ୟସ୍ତ କରିବା ଲାଗି ପୁଟିନ ଗୁଡ଼ାଏ ଘଟଣାକ୍ରମ ବର୍ଣ୍ଣନା କରିଥିଲେ। ତାଙ୍କ ମତରେ, ସେ ଘଟଣାଗୁଡ଼ିକ ୟୁକ୍ରେନ୍‌ ଆକ୍ରମଣ ପାଇଁ ବାଧ୍ୟ କଲା।

ଅଭିଯାନ ଆରମ୍ଭ ବେଳେ ବି ମୁଁ ଏ କଥା କହିଥିଲି। ନିଷ୍ପତ୍ତି ଗ୍ରହଣ କରାଯିବା ପୂର୍ବରୁ ମୁଁ ଏ ବିଷୟରେ ଆଲୋଚନା କରିଥିଲି। ନିଃସନ୍ଦେହ, ଏହା ଖୁବ୍‌ କଠିନ ନିଷ୍ପତ୍ତି।

publive-image Image Courtesy of Military Times

କିବ୍‌ ସରକାର ଡନ୍‌ବାସ୍‌ରେ ଭୀଷଣ ସାମରିକ ଅଭିଯାନ ଚଳାଇଥିଲେ ବୋଲି ପୁଟିନ୍‌ କହିଛନ୍ତି। ତାହା ବିଫଳ ହେବାରୁ ଦ୍ବନ୍ଦ୍ବର ଅବସାନ ପାଇଁ ଉଭୟ ପକ୍ଷ ‘ମିନ୍‌ସ୍କ୍‌’ ରାଜିନାମା ସ୍ବାକ୍ଷର କରିଥିଲେ। ୟୁକ୍ରେନ୍‌ ଅଖଣ୍ଡତା ବଜାୟ ରଖିବା ସହ ଡୋନେତ୍‌ସ୍କ ଏବଂ ଲୁଗାନସ୍କ୍‌ ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ମସ୍କୋ ଉଦ୍ୟମ କରିଥିଲା। କିନ୍ତୁ, କିବ୍ ଡୋନ୍‌ବାସ୍‌କୁ ଅବରୋଧ କରି ବୋମା ବର୍ଷଣ କରିବା ସହ ଜନସାଧାରଣଙ୍କ ଉପରେ ଅତ୍ୟାଚାର କରିଥିଲା ବୋଲି ସେ କହିଛନ୍ତି।

ଶୁଣନ୍ତୁ, ଡୋନ୍‌ବାସ୍‌ ଜନତା ବୁଲା କୁକୁର ନୁହନ୍ତି। ବର୍ଷକ ମଧ୍ୟରେ ୧୩,୦୦୦ ରୁ ୧୪,୦୦୦ ଡୋନ୍‌ବାସବାସୀଙ୍କୁ ହତ୍ୟା କରାଯାଇଛି। ୫୦୦ରୁ ଊର୍ଦ୍ଧ୍ବ ପିଲାଙ୍କୁ ହତ୍ୟା କରାଯାଇଛି ଅଥବା ପଙ୍ଗୁ କରି ଦିଆଯାଇଛି। ବିଶେଷ ଅସହ୍ୟ କଥାଟି ହେଉଛି: ବିଗତ ୮ ବର୍ଷ ମଧ୍ୟରେ ତଥା-କଥିତ ‘ସଭ୍ୟ’ ପାଶ୍ଚାତ୍ୟରାଷ୍ଟ୍ର ଏ କଥା ଲକ୍ଷ୍ୟ କରି ପାରିଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe