‘ଆଧ୍ୟାତ୍ମିକ ଅନୁଷ୍ଠାନ ଆଇନ୍‌ର ଉର୍ଦ୍ଧ୍ୱରେ ନୁହନ୍ତି’ ବୋଲି କହିବା ସହ ସଦଗୁରୁ ଜାଗି ବାସୁଦେବଙ୍କ ଇଶା ଫାଉଣ୍ଡେସନକୁ ହିସାବ ମାଗିଲେ କର୍ଣ୍ଣାଟକ ହାଇକୋର୍ଟ

Advertisment
‘ଆଧ୍ୟାତ୍ମିକ ଅନୁଷ୍ଠାନ ଆଇନ୍‌ର ଉର୍ଦ୍ଧ୍ୱରେ ନୁହନ୍ତି’ ବୋଲି କହିବା ସହ ସଦଗୁରୁ ଜାଗି ବାସୁଦେବଙ୍କ ଇଶା ଫାଉଣ୍ଡେସନକୁ ହିସାବ ମାଗିଲେ କର୍ଣ୍ଣାଟକ ହାଇକୋର୍ଟ

Live Law

ବେଙ୍ଗାଲୁରୁ: ‘ଆଧ୍ୟାତ୍ମିକ ଅନୁଷ୍ଠାନ ସବୁ ଆଇନ୍‌ର ଉର୍ଦ୍ଧ୍ୱରେ ନୁହନ୍ତି। ଯଦି କିଏ ସେପରି ଧାରଣାରେ ରହିଥା’ନ୍ତି ଯେ ଆଧ୍ୟାତ୍ମିକ ଅନୁଷ୍ଠାନ ହୋଇଥିବା କାରଣରୁ ସେମାନେ ଆଇନ୍‌ର ଉର୍ଦ୍ଧ୍ୱରେ; ତେବେ ଏହା ସେମାନଙ୍କର ଭ୍ରାନ୍ତି’ ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏଥିସହ ସଦଗୁରୁ ଜାଗି ବାସୁଦେବଙ୍କ ପରିଚାଳନାଧୀନ ଇଶା ଫାଉଣ୍ଡେସନକୁ ନିର୍ଦ୍ଦେଶନାମା ଜାରି ‘କାବେରୀ କଲିଂ ପ୍ରେଜେକ୍ଟ’ ପାଇଁ କାହାଠାରୁ କେତେ ଟଙ୍କା, କେଉଁ ଉପାୟରେ ଆଦାୟ କରାଯାଇଛି, ତାହାର ସମସ୍ତ ତଥ୍ୟ ଏକ ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଜଣାଇବାକୁ କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ‘କାବେରୀ କଲିଂ ପ୍ରେଜେକ୍ଟ’ ଜରିଆରେ କାବେରୀ କୂଳରେ୬୩୯ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୨୫୩ କୋଟି ବୃକ୍ଷ ରୋପଣ ପାଇଁ ଯୋଜନା କରିଥିଲା ସଦଗୁରୁ ଜାଗି ବାସୁଦେବଙ୍କ ପରିଚାଳନାଧୀନ ଇଶା ଫାଉଣ୍ଡେସନ। ତେବେ, ଗୋଟିଏ ବୃକ୍ଷରୋପଣ ପାଇଁ ଲୋକଙ୍କ ଠାରୁ ୪୨ ଟଙ୍କା ଲେଖାଁଏ ଆଦାୟ କରୁଥିଲା। ଏହିକ୍ରମରେ ୨୫୩ କୋଟି ବୃକ୍ଷ ରୋପଣ ନାମରେ ୧୦,୬୨୬ କୋଟି ଟଙ୍କା ଆଦାୟ କରିବା ପାଇଁ ଲକ୍ଷ୍ୟ ରଖିଥିଲା ଇସା ଫାଉଣ୍ଡେସନ୍‌। ଏହି ଅର୍ଥ ଲୋକେ ସ୍ୱେଚ୍ଛାକୃତ ଭାବେ ଦେଉଥିବା ଇସା ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଲୋକଙ୍କ ଠାରୁ ବଳ ପୂର୍ବକ ଭାବେ ଇସା ଫାଉଣ୍ଡେସନ୍‌ ଏହି ଅର୍ଥ ଆଦାୟ କରୁଥିବା ଓ ଏହା ପଛରେ ଏକ ବିରାଟ ଦୁର୍ନୀତି ରହିଥିବା ଅଭିଯୋଗ କରି କର୍ଣ୍ଣାଟକ ହାଇକୋର୍ଟରେ ଏ ଭି ଅମରନାଥନଙ୍କ ପକ୍ଷରୁ ଏକ ମାମଲା ଆଗତ ହୋଇଥିଲା।

publive-image News Munite

କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅଭୟ ଓକା ଓ ଜଷ୍ଟିସ୍‌ ହେମନ୍ତ ଚନ୍ଦନଗୌଦରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଫେବ୍ରୁଆରି ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe