ଚେନ୍ନାଇକୁ ମେ ୩୧ ତାରଖ ପର୍ଯ୍ୟନ୍ତ ଘରୋଇ ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ରକୁ ଅନୁରୋଧ କଲେ ତାମିଲନାଡ଼ୁ ସରକାର

ଚେନ୍ନାଇକୁ ମେ ୩୧ ତାରଖ ପର୍ଯ୍ୟନ୍ତ ଘରୋଇ ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ରକୁ ଅନୁରୋଧ କଲେ ତାମିଲନାଡ଼ୁ ସରକାର

National Herald

ଚେନ୍ନାଇ/ ନୂଆଦିଲ୍ଲୀ: ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜାରି କରିଥିବା ୪.୦ ଲକ୍‌ଡାଉନ୍‌ର ଅବଧି ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି। ତେବେ, ୪.୦ ଲକ୍‌ଡାଉନ ଅବଧି ମଧ୍ୟରେ ଆସନ୍ତା ମେ ୨୫ ତାରିଖ ସୋମବାର ଠାରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାରଙ୍କର ବେସାମରିକ ବିମାନ ଚଳଚଳ ମନ୍ତ୍ରାଳୟ। ଦେଶର ପ୍ରମୁଖ ସହରମାନଙ୍କୁ ମେ ୨୫ ତାରିଖ ଠାରୁ ଘରୋଇ ବିମାନ ସେବାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ମନ୍ତ୍ରାଳୟ।

ତେବେ, ବେସାମରିକ ବିମାନ ଚଳଚଳ ମନ୍ତ୍ରାଳୟର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ତାମିଲନାଡ଼ୁ ସରକାର। ସଂପ୍ରତି ଚେନ୍ନାଇରେ କରୋନା ବା କୋଭିଡ୍‌-୧୯ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ଘଟି ଚାଲିଥିବା ବେଳେ ଯଦି ଚେନ୍ନାଇକୁ ଘରୋଇ ବିମାନ ଚଳାଚଳ ପାଇଁ ଅନୁମତି ଦିଆଯାଏ ତେବେ ଏହା ପରିସ୍ଥିିତିକୁ ଆହୁରି ବିଗାଡ଼ି ଦେବ ଓ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ତେଣୁ, ଏହାକୁ ଦୃଷ୍ଟିରେ ରଖି ଅନ୍ତତଃ ମେ ୩୧ ତାରିଖ ପର୍ଯ୍ୟନ୍ତ ଚେନ୍ନାଇକୁ ଘରୋଇ ବିମାନର ଉଡାଣକୁ ବନ୍ଦ ରଖିବା ପାଇଁ ବେସାମରିକ ବିମାନ ଚଳଚଳ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ତାମିଳନାଡ଼ୁ ରାଜ୍ୟ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe