କରୋନାଭାଇରସ୍ ବିଭିନ୍ନ ଦେଶରେ ବ୍ୟାପିବା ପ‌ରେ ଆମେ ପ୍ରଥମେ ଚିହ୍ନଟ କରିଥିଲୁ, ମହାମାରୀ ପାଇଁ ଆମକୁ ଦାୟୀ କରନାହିଁ: ଚୀନ

କରୋନାଭାଇରସ୍ ବିଭିନ୍ନ ଦେଶରେ ବ୍ୟାପିବା ପ‌ରେ ଆମେ ପ୍ରଥମେ ଚିହ୍ନଟ କରିଥିଲୁ, ମହାମାରୀ ପାଇଁ ଆମକୁ ଦାୟୀ କରନାହିଁ: ଚୀନ

zeenews

ବେଜିଂ: ସମଗ୍ର ବିଶ୍ୱରେ କରୋନାଭାଇରସ୍ ମହାମାରୀ ଲୋକମାନଙ୍କ ସାଧାରଣ ଜୀବନକୁ ବାଧା ଦେଇଛି। ମାରାତ୍ମକ ଭୂତାଣୁ ବିସ୍ତାରକୁ ନେଇ ଅନେକ ଦାବି ଏବଂ ଅନୁମାନ କରାଯାଇଥିଲା। ପ୍ରଥମେ ଏହି ଭୂତାଣୁ ଚୀନରେ ଚିହ୍ନଟ ହୋଇଥିବା ସହ ଊହାନ୍ ଭୂତାଣୁ ବିସ୍ତାରର କେନ୍ଦ୍ର ଭାବରେ ବିବେଚନା କରାଯାଇଥିଲା। ଏ ମଧ୍ୟର ଚୀନ୍ ପକ୍ଷରୁ ଏକ ନୂଆ ଦାବି କରାଯାଇଛି।

ଚୀନ କହିଛି ଯେ, ଊହାନ୍ ଭୂତାଣୁ ବିସ୍ତାରର କେନ୍ଦ୍ର ନୁହେଁ। ପ୍ରଥମେ କରୋନାଭାଇରସ୍ ବିଭିନ୍ନ ଦେଶରେ ବ୍ୟାପିବା ପ‌ରେ ଏହାକୁ ଚିହ୍ନଟ କରିବାରେ କେବଳ ଚୀନ୍ ସଫଳ ହୋଇଥିଲା। ଚୀନ ପ୍ରଥମେ ଭୂତାଣୁ ବିଷୟରେ ଜାଣି ବିଶ୍ବକୁ ସତର୍କ କରାଇଥିଲା। ଏହା ସହ ଚୀନର ମାଂସ ମାର୍କେଟରୁ ବାଦୁଡ଼ି ମାଧ୍ୟମରେ କରୋନା ଭୂତାଣୁ ବିସ୍ତାର ହେବା ତଥ୍ୟକୁ ମଧ୍ୟ ଚୀନ ଅସ୍ୱୀକାର କରିଛି।

How to reduce the impact of coronavirus on our lives - The Washington Post The Washington Post

କରୋନା ମହାମାରୀ ପାଇଁ ଆମେରିକା ଚୀନ୍ କୁ ଦାୟୀ କରୁଥିବା ବେଳେ ସମସ୍ତ ଦାବିକୁ ଅସ୍ୱୀକାର କରିଛି ଚୀନ୍। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନିଙ୍ଗ କହିଛନ୍ତି ଯେ, କରୋନା ଭାଇରସ୍ ହେଉଛି ଏକ ନୂତନ ପ୍ରକାରର ଭୂତାଣୁ ଏବଂ ଏହା ସହ ଜଡ଼ିତ ଅନେକ ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe