ପିଡିପି ଭାଙ୍ଗିଲେ ପରିଣାମ ବିପଜ୍ଜନକ ହେବ

Advertisment

ମେହବୁବାଙ୍କ ଧମକ

ମେହବୁବାଙ୍କ ଧମକ

ପିଡିପି ଭାଙ୍ଗିଲେ ପରିଣାମ ବିପଜ୍ଜନକ ହେବ

ନୂଆଦିଲ୍ଲୀ: ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମେହବୁବା ମୁଫ୍‌୍‌ତି ଦଳରେ ବଡ଼ ଧରଣର ବିଭାଜନ ଆଶଙ୍କା ନେଇ ବିଚଳିତ ହୋଇଉଠିଛନ୍ତି। ଦଳର ୨୮ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଥିବା ବେଳେ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ୧୭ ଜଣ ବିଧାୟକ ଥିବାରୁ ମେହବୁବାଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ଦଳର ଏଭଳି ସ୍ଥିତି ପାଇଁ ପରୋକ୍ଷରେ ବିଜେପିକୁ ଦାୟୀ କରି ମେହବୁବା କହିଛନ୍ତି ଯେ ଯଦି ପିଡିପି ଭାଙ୍ଗିବ ତା’ହେଲେ ଏହା କଶ୍ମୀରରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିବ। ୯୦ ଦଶକରେ କଶ୍ମୀରରେ ଯେଭଳି ଭୟଙ୍କର ହିଂସା ଓ ଗଣହତ୍ୟା ସ୍ଥିତି ଲାଗି ରହିଥିଲା ସେଭଳି ସ୍ଥିତି ପୁଣି ଫେରିବ ବୋଲି ମେହବୁବା ଆଜି କେନ୍ଦ୍ର ସରକାରଙ୍କୁ ଧମକ ଦେଇଛନ୍ତି। ସଲାଉଦ୍‌ିନ ଏବଂ ୟାସିନ ମଲିକ ଭଳି କଠୋରପନ୍ଥୀ ବିଚ୍ଛିନ୍ନତାବାଦୀମାନେ ବହୁ ସଂଖ୍ୟାରେ ଜନ୍ମନେବେ ବୋଲି ମଧ୍ୟ ମେହବୁବା ଚେତାବନୀ ଦେଇଛନ୍ତି। ଯଦି ଦିଲ୍ଲୀ (ବିଜେପିର କେନ୍ଦ୍ରୀୟ ନେତୃତ୍ୱ) ପିଡିପିକୁ ଭାଙ୍ଗିବାକୁ ପ୍ରୟାସ ଜାରି ରଖିବ ତା’ହେଲେ ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ମେହବୁବାଙ୍କ ଧମକ ରାଜନୈତିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି।

ଜମ୍ମୁ କଶ୍ମୀର ବିଜେପି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିଚ୍ଛିନ୍ନତାବାଦୀ ଏବଂ ଆତଙ୍କବାଦୀ ଗୋଷ୍ଠୀଙ୍କ ପ୍ରତି ଏବେ ମେହବୁବା ଅଧିକ ନରମ ହେବା ସହ ଲୋକଙ୍କୁ ଧମକାଇବା ଆରମ୍ଭ କରିଛନ୍ତି, କିନ୍ତୁ ଏଭଳି ଧମକକୁ ସାଧାରଣ ଜନତା ବରଦାସ୍ତ କରିବେ ନାହିଁ ଏବଂ ସେମାନେ ଶାନ୍ତି ଚାହୁଛନ୍ତି। ନ୍ୟାସ୍‌ନାଲ କନ୍‌୍‌ଫରେନ୍‌୍‌ସ ନେତା ଉମର ଅବଦୁଲ୍ଲା କହିଛନ୍ତି ଯେ ମେହବୁବା କ୍ଷମତା ଚାଲିଯିବା ପରେ ହତାଶ ହୋଇ ଏଭଳି ବୟାନ ଦେଇଛନ୍ତି। ପିଡିପିରେ ବିଭାଜନ ହେଲେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବ ବୋଲି ତାଙ୍କର ଧମକ ନିନ୍ଦନୀୟ ବୋଲି ଓମାର କହିଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ଦାସ ନକଭୀ କହିଛନ୍ତି ଯେ ପିଡିପି ନିଜର ଆଭ୍ୟନ୍ତରୀଣ କଳହକୁ ରୋକିବା ପାଇଁ ଭୟ ଓ ଆତଙ୍କର ଯେଉଁ ବାତାବରଣ ସୃଷ୍ଟି କରିବାକୁ ଚାହୁଛି ତାହାକୁ ଜନତା କଦାପି ଗ୍ରହଣ କରିବେ ନାହିଁ। ବିଜେପି ନେତା ରାମମାଧବ କହିଛନ୍ତି ଯେ ପିଡିପିରେ ବିଭାଜନ ସେହି ଦଳର ଆଭ୍ୟନ୍ତରୀଣ ବ୍ୟାପାର। କୌଣସି ଦଳରେ ବିଭାଜନ ଘଟାଇ କିମ୍ବା ଘୋଡ଼ା ବେପାର କରି ସରକାର ଗଠନ ପାଇଁ ବିଜେପି କଦାପି ଆଗ୍ରହୀ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe