Image Courtesy of Hindustan Times
ନୂଆଦିଲ୍ଲୀ: ଉତ୍ତର ଭାରତରେ ଭୀଷଣ ଶୀତ ଅନୁଭୂତ ହେବ ବୋଲି ଆଗୁଆ ସୂଚନା ଦେଇଥିବା ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଏହି ସମୟରେ ଘରେ ମଦ୍ୟପାନ କରିବା କିଂବା ବର୍ଷ-ଶେଷ ପାର୍ଟି ଆଦି କରିବା ଅନୁଚିତ।
ଭାରତୀୟ ପାଣିପାଗ ଜାରି କରିଥିବା ସତର୍କ ସୂଚନାରେ କୁହାଯାଇଛି, ମଦ୍ୟପାନ କରନ୍ତୁ ନାହିଁ। ମଦ ଶରୀରର ଉତ୍ତାପ କମାଇ ଦିଏ। ଘରେ ରୁହନ୍ତୁ। ପ୍ରଚଣ୍ଡ ଶୀତର କୁପ୍ରଭାବକୁ ମୁକାବିଲା କରିବା ଲାଗି ଭିଟାମିନ୍-‘ସି’ ବହୁଳ ଫଳ ଖାଆନ୍ତୁ ଏବଂ ବିଶେଷକରି ଚର୍ମକୁ ଆର୍ଦ୍ର (ମଏଶ୍ଚରାଇଜର୍ ବ୍ୟବହାର କରି) ରଖନ୍ତୁ। ଦୀର୍ଘ ସମୟ ଧରି ବାହାରେ ରହିଲେ ଶୀତର ପ୍ରକୋପରେ ନାକରୁ ପାଣି ଗଡ଼ିବା କିଂବା ରକ୍ତ ପଡ଼ିବା ଭଳି ‘ଫ୍ଲୁ’ ଧରିବା ଲକ୍ଷଣ ଦେଖା ଦେଇପାରେ।
Image Courtesy of News18ସଦ୍ୟତମ ସତର୍କ ସୂଚନାରେ ଭାରତୀୟ ପାଣିପାଗ କହିଛି ଯେ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ଉତ୍ତର ରାଜସ୍ଥାନ ଆଦି ଅଞ୍ଚଳରେ ଡିସେମ୍ବର ୨୯ ତାରିଖରୁ ଭୀଷଣ ଥଣ୍ଡା ପ୍ରବାହ ଆରମ୍ଭ ହେବାର ସମ୍ଭାବନା ରହିଛି।
ସଦ୍ୟତମ ‘େଓ୍ଵଷ୍ଟର୍ଣ୍ଟ ଡିଷ୍ଟର୍ବାନ୍ସ୍’ କାରଣରୁ ରବିବାର ଓ ସୋମବାର ଦିନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇପାରେ। କିନ୍ତୁ, ଏଥିଯୋଗୁଁ ଜମ୍ମୁ ଓ କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବ୍ୟାପକ ତୁଷାରପାତ ହେବାର ସମ୍ଭାବନା ଅଛି।
Follow Us