ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ମଙ୍ଗଳବାର ରାଜନୈତିକ ଫାଇଦା ପାଇଁ ନ୍ୟାୟପାଳିକାକୁ ବ୍ୟବହାର ନ କରିବାକୁ ଚେତାବନୀ ଦେଇଛନ୍ତି। ଏକ ବନ୍ଧୁକ ଭିଡିଓକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଅଭିଯୋଗର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କମ୍ୟୁନିଷ୍ଟ ଦଳଗୁଡ଼ିକୁ ‘କୋର୍ଟରେ ରାଜନୈତିକ ଲଢ଼େଇ ନ କରିବା’ ପାଇଁ କହିଛନ୍ତି।
ଅଧିକପଢ଼ନ୍ତୁ:ପେଙ୍ଗୁଇନ୍ ଅପେକ୍ଷା ନରବଣେଙ୍କୁ ବିଶ୍ୱାସ କରେ: ରାହୁଲ ଗାନ୍ଧୀ
ଆସାମ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆସାମ ବିଜେପି ଦ୍ୱାରା ଏକ୍ସରେ ଏକ ଭିଡ଼ିଓ ସେୟାର କରାଯାଇଥିଲା। ଏଥିରେ ଶର୍ମା ମୁସଲମାନଙ୍କ ଆଡ଼କୁ ସାଙ୍କେତିକ ଗୁଳି ଚଳାଉଥିବା ଦେଖାଯିବା ପରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏହା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବ କହି ସିପିଆଇ(ଏମ୍) ଓ ସିପିଆଇ ନେତ୍ରୀ ଆନି ରାଜା ଶର୍ମାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜରୁରୀ ଶୁଣାଣି ପାଇଁ ଦାବି କରି ସିପିଆଇର ଓକିଲ କହିଥିଲେ ଯେ, ଏକାଧିକ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ସୁପ୍ରିମ୍କୋର୍ଟଙ୍କୁ ରାଜନୈତିକ ଝଗଡ଼ାର ଏକ ମଞ୍ଚରେ ପରିଣତ ନ କରିବାକୁ ଚେତାବନୀ
ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସୁପ୍ରିମ୍କୋର୍ଟଙ୍କୁ ରାଜନୈତିକ ଝଗଡ଼ାର ଏକ ମଞ୍ଚରେ ପରିଣତ ନ କରିବାକୁ ଚେତାବନୀ ଦେଇଥିଲେ। ସେ କହିଛନ୍ତି ଯେ, ସମସ୍ୟା ହେଉଛି ଯେତେବେଳେ ନିର୍ବାଚନ ହୁଏ, ନିର୍ବାଚନର କିଛି ଅଂଶ ସୁପ୍ରିମ୍କୋର୍ଟରେ ଲଢ଼ାଯାଏ। ଏହି ମାମଲା କେବେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରିବ ତାହା କୋର୍ଟ ବିଚାର କରିବେ। ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଏକ ଗୋଷ୍ଠୀ ଏକ ପୃଥକ୍ ପିଟିସନ୍ ଦାଖଲ କରିବାର ଗୋଟିଏ ଦିନ ପରେ କମ୍ୟୁନିଷ୍ଟ ପାର୍ଟିମାନେ ଶର୍ମାଙ୍କ କିଛି ବିବାଦୀୟ ମନ୍ତବ୍ୟ ପ୍ରତି କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/10/download-2026-02-10-18-49-13.jpg)