ନୂଆଦିଲ୍ଲୀ: ଜେନେରାଲ (ଅବସରପ୍ରାପ୍ତ) ଏମ୍ଏମ୍ ନରବଣେଙ୍କ ଅପ୍ରକାଶିତ ପୁସ୍ତକକୁ ନେଇ ବିବାଦ ଚାଲିଛି। ପ୍ରକାଶକ ପେଙ୍ଗୁଇନ କହୁଛି ଯେ ପୁସ୍ତକଟି ପ୍ରକାଶ ପାଇନାହିଁ, ରାହୁଲ ଗାନ୍ଧୀ କହୁଛନ୍ତି ଏହା ପ୍ରକାଶ ପାଇଛି। ଏହି ଅବସରରେ ରାହୁଲ ମଙ୍ଗଳବାର କହିଛନ୍ତି ଯେ, ଜେନେରାଲ ନରବଣେ ତଥା ପ୍ରକାଶକ ପେଙ୍ଗୁଇନ୍ ଉଭୟ ମିଛ କହିପାରିବେ ନାହିଁ। ଜେନେରାଲ ନରବଣେ ମିଛ କହୁଛନ୍ତି କିମ୍ବା ପେଙ୍ଗୁଇନ୍ ମିଛ କହୁଛି। ମୁଁ ଭାବୁନାହିଁ ଯେ, ପୂର୍ବତନ ସେନା ମୁଖ୍ୟ ମିଛ କହିବେ। ୨୦୨୩ ମସିହାରେ ନରବଣେଙ୍କ ଏକ ଟ୍ୱିଟ୍ ବିଷୟରେ ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ତାଙ୍କ ପୁସ୍ତକରେ ଦିଆଯାଇଥିବା କିଛି ବିବୃତି ଭାରତ ସରକାର ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅସୁବିଧାଜନକ ହୋଇପାରେ।
ରାହୁଲ ଟ୍ୱିଟ୍ କରି ଲେଖିଛନ୍ତି, ପେଙ୍ଗୁଇନ୍ କହିଛି ଯେ, ପୁସ୍ତକ ପ୍ରକାଶିତ ହୋଇନାହିଁ। କିନ୍ତୁ ଏହି ପୁସ୍ତକ ଆମାଜନରେ ଉପଲବ୍ଧ ... ମୁଁ ପେଙ୍ଗୁଇନ ଅପେକ୍ଷା ନରବଣେଜୀଙ୍କୁ ଅଧିକ ବିଶ୍ୱାସ କରେ। ମୁଁ ମାନୁଛି ଯେ ନରବଣେଜୀ ତାଙ୍କ ପୁସ୍ତକରେ କିଛି ଏଭଳି କଥା କହିଛନ୍ତି, ଯାହା ଭାରତ ସରକାର ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅସୁବିଧାଜନକ। ତେବେ ପେଙ୍ଗୁଇନ୍ କିମ୍ବା ପୂର୍ବତନ ସେନାମୁଖ୍ୟ ସତ କହୁଛନ୍ତି କି ନାହିଁ ତାହା ଆପଣଙ୍କୁ ସ୍ଥିର କରିବାକୁ ପଡ଼ିବ।
ପେଙ୍ଗୁଇନ ଅପେକ୍ଷା ନରବଣେଜୀଙ୍କୁ ଅଧିକ ବିଶ୍ୱାସ କରେ
ଅଧିକପଢ଼ନ୍ତୁ:ରହସ୍ୟ ଘେରରେ ବୁଢ଼ାନ ହାଁସଦା ନିଖୋଜ ଘଟଣା
ଏକ ବିବୃତିରେ ପେଙ୍ଗୁଇନ୍ ପୂର୍ବତନ ସେନାମୁଖ୍ୟଙ୍କ ଆତ୍ମଜୀବନୀକୁ କୌଣସି ରୂପରେ ପ୍ରକାଶ କରିଥିବା କଥାକୁ ଅସ୍ୱୀକାର କରିଛି ଏବଂ ଚେତାବନୀ ଦେଇଛି ଯେ ବର୍ତ୍ତମାନ ପ୍ରଚଳନରେ ଥିବା ପୁସ୍ତକର ଯେକୌଣସି ସଂସ୍କରଣ, ମୁଦ୍ରିତ କିମ୍ବା ଡିଜିଟାଲ, କପିରାଇଟ୍ର ଘୋର ଉଲ୍ଲଂଘନ। ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଛୁ ଯେ, ପୁସ୍ତକ ପ୍ରକାଶନକୁ ଯାଇନାହିଁ। ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ଦ୍ୱାରା ଏହି ପୁସ୍ତକର କୌଣସି କପି - ମୁଦ୍ରିତ କିମ୍ବା ଡିଜିଟାଲ୍ ରୂପରେ ପ୍ରକାଶିତ, ବଣ୍ଟନ, ବିକ୍ରୟ କିମ୍ବା ଅନ୍ୟଥା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହୋଇନାହିଁ। ପ୍ରକାଶକ ଆହୁରି କହିଛନ୍ତି ଯେ, ସାମଗ୍ରୀର ବେଆଇନ ଓ ଅନଧିକୃତ ପ୍ରସାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏହା ମକଦ୍ଦମା ଦାୟର କରିବ ଏବଂ ଏହାର ସ୍ଥିତିକୁ ରେକର୍ଡରେ ରଖିବା ପାଇଁ ଏହି ବିବୃତି ଜାରି କରାଯାଇଛି।
ସୋସିଆଲ ମିଡିଆ ଓ ଅନଲାଇନ୍ ପ୍ଲାଟଫର୍ମରେ ପୁସ୍ତକର ଅନଧିକୃତ ନକଲ ପ୍ରସାରିତ ହୋଇଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଏକ ମାମଲା ରୁଜୁ କରିଛି। ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ, ପ୍ରକାଶକଙ୍କ ଦ୍ୱାରା ପ୍ରସ୍ତୁତ ଏକ ପିଡିଏଫ୍ କପି କେତେକ ୱେବ୍ସାଇଟ୍ରେ ଦେଖିବାକୁ ମିଳିଥିଲା। କେତେକ ଅନ୍ଲାଇନ୍ ପ୍ଲାଟଫର୍ମ ମଧ୍ୟ ପୁସ୍ତକର କଭର ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା ଯେପରି ଏହା କିଣିବା ପାଇଁ ଉପଲବ୍ଧ। ଗତ ସପ୍ତାହରେ ସଂସଦର ବଜେଟ୍ ପରବର୍ତ୍ତୀ ଅଧିବେଶନ ସମୟରେ ରାହୁଲ ଗାନ୍ଧୀ ପୂର୍ବତନ ସେନାମୁଖ୍ୟଙ୍କ ଅପ୍ରକାଶିତ ଆତ୍ମଜୀବନୀ ଉପରେ ଆଧାରିତ ଏକ ନିବନ୍ଧକୁ ଉଦ୍ଧୃତ କରିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା।
ଅଧିକପଢ଼ନ୍ତୁ:ବିରୋଧୀ ମହିଳା ସାଂସଦଙ୍କ ବିଶୃଙ୍ଖଳା ଦର୍ଶାଇ ଭିଡିଓ ସେୟାର କଲେ ମନ୍ତ୍ରୀ କିରଣ ରିଜିଜୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/10/4986796-2026-02-10-18-33-26.jpeg)