ମୋର କୌଣସି ଶ୍ରମିକ-ଶ୍ରେଣୀୟ ବନ୍ଧୁ ନ ଥିଲେ: ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି ଋଷି ସୁନକଙ୍କ ପୁରୁଣା ଭିଡିଓ

Advertisment
ମୋର କୌଣସି ଶ୍ରମିକ-ଶ୍ରେଣୀୟ ବନ୍ଧୁ ନ ଥିଲେ: ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି ଋଷି ସୁନକଙ୍କ ପୁରୁଣା ଭିଡିଓ

Image Courtesy of WalesOnline

ନୂଆଦିଲ୍ଲୀ: ମୋର କୌଣସି ଶ୍ରମିକ-ଶ୍ରେଣୀୟ ବନ୍ଧୁ ନ ଥିଲେ ବୋଲି କହିଥିବା ଏକ ପୁରାତନ ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଟରି ନେତୃତ୍ବ (ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ) ପାଇଁ ଆଶାୟୀ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ସମାଲୋଚନାର ସରବ୍ୟ ହୋଇଛନ୍ତି।

ପୂର୍ବତନ ଚାନ୍‌ସେଲର୍‌ ଥିବା ଋଷି ୨୦୦୧ରେ ‘ବିବିସି’ର ଏକ ପ୍ରାମାଣିକ ଚିତ୍ରରେ କହିଥିଲେ, ମୋର ସମ୍ଭ୍ରାନ୍ତ, ଉଚ୍ଚ ବର୍ଗ ଓ ଶ୍ରମିକ-ଶ୍ରେଣୀର ବନ୍ଧୁ ଅଛନ୍ତି। ଏତିକି କହି ତୁରନ୍ତ ସେ ସଂଶୋଧନ କରି କହିଥିଲେ, ନା, ମୋର ଶ୍ରମିକ-ଶ୍ରେଣୀର ବନ୍ଧୁ ନାହାନ୍ତି।

ସେତେବେଳେ ୨୧ ବର୍ଷ ହୋଇଥିବା ସୁନକ ପୁଣି କହିଥିଲେ, ମୁଁ ‘ଇନର୍‌-ସିଟି ସ୍କୁଲ୍‌’କୁ ଯାଇ ପିଲାମାନଙ୍କ ସହ ମିଶାମିଶି କରିବା ସହ ସେମାନଙ୍କୁ ତୁଳନା କରେ ଏବଂ ତା’ପରେ ସେମାନଙ୍କୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପାଇଁ ଆବେଦନ କରିବାକୁ କହିବା ସହିତ ମୋ ଭଳି ଲୋକମାନଙ୍କ କଥା କୁହେ। ସେମାନଙ୍କ ସହିତ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ କଥା କହିବା ପରେ ସେମାନଙ୍କୁ ଆଘାତ ଦେଇ କହେ ଯେ, ମୁଁ ୱିଞ୍ଚେଷ୍ଟର୍‌ରେ ଥିଲି ଏବଂ ମୋର ପରମ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇଟନ୍‌ କିଂବା ଅନ୍ୟ କେଉଁଠିକାର। ତା’ରେ ସେମାନେ ‘ଓ! ଠିକ୍‌ ଅଛି’ ଭଳି ଭାବ ପ୍ରକାଶ କରନ୍ତି।

publive-image Image Courtesy of India Today

ସୂଚନାଯୋଗ୍ୟ, ସୁନକଙ୍କ ବାପା ଥିଲେ ଜଣେ ‘ଜି.ପି.’ ଏବଂ ମାଆ ଗୋଟାଏ ଫାର୍ମାସୀ ଚଳାଉଥିଲେ।

ହେଜ୍‌ ଫଣ୍ଡ୍‌ ମ୍ୟାନେଜର୍‌ ହେବା ପୂର୍ବରୁ ସୁନକ ସ୍ବତନ୍ତ୍ର ଘରୋଇ ବିଦ୍ୟାଳୟ ୱିଞ୍ଚେଷ୍ଟର୍‌ କଲେଜ୍‌ ଏବଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ବୋଲି ଉକ୍ତ ପ୍ରାମାଣିକ ଚିତ୍ରରେ କହିଛନ୍ତି। ସେ କହିଛନ୍ତି ଯେ, ଏଭଳି ସ୍ଥାନରେ ଶିକ୍ଷାଲାଭ କରିଥିବାରୁ ସେ ଗୌରବାନ୍ବିତ ମନେକରୁଛନ୍ତି। କାରଣ ସେ ସବୁ ଶିକ୍ଷାନୁଷ୍ଠାନ ତାଙ୍କୁ ସମାଜର ସମ୍ଭାନ୍ତବର୍ଗଙ୍କ ସହ ବନ୍ଧୁତା କରାଇବାରେ ସହାୟକ ହୋଇଥିଲା।

ସାଉଥ୍‌ଆମ୍ପ୍ଟନ୍‌ରେ ଜନ୍ମିତ ରିକ୍‌ମଣ୍ଡ୍‌ର ସାଂସଦ ସୁନକ ‘ଆଇଟି’ ସର୍ଭିସ୍‌ର କୋଟିପତି ନାରାୟଣ ମୂର୍ତ୍ତୀଙ୍କ ଅକ୍ଷତା ମୂର୍ତ୍ତୀଙ୍କୁ ବିବାହ କରିଥିଲେ। ସମୁଦାୟ ୭୩୦ ନିୟୁତ ପାଉଣ୍ଡ୍‌ ସମ୍ପତ୍ତିର ଅଧିକାରୀ ପତିପତ୍ନୀ ବ୍ରିଟେନ୍‌ର ୨୨୨ତମ ଧନୀ ବ୍ୟକ୍ତି ବୋଲି ନିକଟ ଅତୀତରେ ‘ସଣ୍ଡେ୍‌ ଟାଇମ୍‌ସ୍‌’ରେ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe