ନୂଆଦିଲ୍ଲୀ: ଦେଶର ଧାର୍ମିକ ସ୍ଥଳ ସହ ଜଡିତ ବିବାଦୀୟ ମାମଲାରେ କୋର୍ଟରେ ଶୁଣାଣି ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ପିଟିସନରେ ଦର୍ଶାଯାଇଛି ଯେ, ଆହ୍ଲାବାଦ ହାଇକୋର୍ଟଙ୍କ ୧୯ ଡିସେମ୍ବର ୨୦୨୩ର ନିର୍ଦ୍ଦେଶ ପରେ ଅନେକ ଧାର୍ମିକ ସ୍ଥାନରେ ସର୍ଭେ ଏବଂ ଅନୁସନ୍ଧାନ ପାଇଁ ଦାବି କରାଯାଉଛି।
ଏଭଳି ମାମଲା ଦେଶରେ ସାମ୍ପ୍ରଦାୟିକ ପରିବେଶକୁ ଆହୁରି ଖରାପ କରିପାରେ, ତେଣୁ ସୁପ୍ରିମକୋର୍ଟ ତୁରନ୍ତ ହସ୍ତକ୍ଷେପ କରିବା ଉଚିତ୍ । ଏହା ସହିତ ମସଜିଦ୍ରେ ମନ୍ଦିର ଥିବା ଦାବିର ଶୁଣାଣି ନ କରିବାକୁ ପିଟିସନରେ ଉଲ୍ଲେଖ କରାଯାଇଛି।
ସମସ୍ତ ସିଭିଲ କୋର୍ଟରେ ଏହି ମାମଲାଗୁଡ଼ିକ ଉପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚାଲିଥିବା ଶୁଣାଣି ଏବଂ ନିର୍ଦ୍ଦେଶକୁ ବନ୍ଦ କରିବା ଉଚିତ୍ ବୋଲି ଆବେଦନକାରୀ ଦାବି କରିଛନ୍ତି। ଆହୁରି ମଧ୍ୟ, ଆହ୍ଲାବାଦ ହାଇକୋର୍ଟ ଖୁବ୍ ଶୀଘ୍ର ଜ୍ଞାନବ୍ୟାପୀ ମାମଲା ସହ ଜଡିତ ନିଷ୍ପତ୍ତି ଏବଂ ୧୯୯୧ର ପୂଜା ସ୍ଥଳ ଅଧିନିୟମ ବିରୁଦ୍ଧରେ ତଥା ସପକ୍ଷରେ ଦାଖଲ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନେବା ଉଚିତ୍। ଏହି ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ, ଏପରି ମାମଲା ଉପରେ କୌଣସି ରାୟକୁ ସ୍ଥଗିତ ରଖାଯିବା ଉଚିତ୍।
ଏହି ବିବାଦୀୟ ପ୍ରସଙ୍ଗରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ସରକାର ଏବଂ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ୍ ବୋଲି ଆବେଦନପତ୍ରରେ ଦର୍ଶାଯାଇଛି। ସିଭିଲ କୋର୍ଟର ନିର୍ଦ୍ଦେଶକୁ ଶୀଘ୍ର କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏହି ମାମଲାଗୁଡିକ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଉପସ୍ଥାପନ କରାଯିବା ଉଚିତ୍।
ଏହା ସହିତ, ରାଜ୍ୟ ଏବଂ କେନ୍ଦ୍ରକୁ ୧୯୯୧ର ପୂଜା ସ୍ଥଳ ଅଧିନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯିବା ଉଚିତ୍। ଏହି ଆବେଦନରେ କେନ୍ଦ୍ର ସରକାର ବ୍ୟତୀତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଅନ୍ୟ ଚାରିଟି ରାଜ୍ୟ ପକ୍ଷଭୁକ୍ତ ହୋଇଛନ୍ତି।
ଆଇନଜୀବୀ ନରେନ୍ଦ୍ର ମିଶ୍ର ଏବଂ ଆଲୋକ ଶର୍ମା ଏହି ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ସେମାନେ କହିଛନ୍ତି ଯେ ସୁପ୍ରିମକୋର୍ଟ ଯଥାଶୀଘ୍ର ଏହି ମାମଲାର ଶୁଣାଣି କରିବା ଉଚିତ୍ ଯାହା ଦ୍ବାରା ଦେଶର ପରିବେଶକୁ ଅଧିକ ଖରାପ ନ ହେବା ପୂର୍ବରୁ ରୋକା ଯାଇପାରିବ।
ଅଧିକ ପଢ଼ନ୍ତୁ: ସାବତ ଝିଅ ସହିତ ଦୁଷ୍କର୍ମ କରିଥିବା ପିତାଙ୍କୁ ୧୪୧ ବର୍ଷ ଜେଲ୍ ଦଣ୍ଡାଦେଶ
ଏହି ପରିପ୍ରେକ୍ଷୀରେ ଅଜମେର ସରିଫ ଦରଘା, ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି, ସମ୍ୱାଲା ଜାମା ମସଜିଦ ଏବଂ ଜ୍ଞାନବ୍ୟାପୀ ସମେତ ଅନ୍ୟାନ୍ୟ ଧାର୍ମିକ ସ୍ଥାନରେ ମନ୍ଦିର ରହିବା ଦାବି ସହ ଜଡିତ ନିବେଦନକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।
ଆଜମେରର ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କର ଦରଘାରେ ଏକ ଶିବ ମନ୍ଦିର ଥିବା ଦାବିର ଶୁଣାଣି କରିବାକୁ କୋର୍ଟ ରାଜି ହୋଇଛନ୍ତି। ପିଟିସନରେ ଏହି ସମସ୍ତ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡାଯାଇଛି।
ଅଧିକ ପଢ଼ନ୍ତୁ: ସିନ୍ଦେ-ଫଡନାଭିସ୍ ନୁହଁନ୍ତି, ମୁରଲୀ ସିଏମ୍ ହେବେ!: କଳ୍ପନାଜଳ୍ପନା ବୃଦ୍ଧି ପାଇଲା