Image Source: Zee News
ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବା ତୁର୍କୀର ରାଷ୍ଟ୍ରପତି ରେଜେପୁ ତାୟିବୁ ଏରୁଦୁଆନ୍ଙ୍କୁ ଭାରତ ସମାଲୋଚନା କରିଛି। ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ତେଣୁ, ଏହା ଭାରତର ଅଭ୍ୟନ୍ତରୀଣ ମାମଲା। ଏଥିରେ ହସ୍ତକ୍ଷେପ ନ କରିବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତୁର୍କୀକୁ ଚେତାବନୀ ଦେଇଛି।
ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ପ୍ରକୃତ କାରଣ ନ ବୁଝି ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଆମେ ତୁର୍କୀର ନେତାଙ୍କୁ କହୁଛୁ। ଭାରତ ଏବଂ କଶ୍ମୀର ଅଞ୍ଚଳ ପାଇଁ ପାକିସ୍ତାନ ପଟୁ ଆତଙ୍କବାଦର ବିପଦ ରହିଛି ବୋଲି ସେ ଜାଣିବା ଉଚିତ।
Image Source: Hindustan Timesଗତକାଲି ପାକିସ୍ତାନ ପାର୍ଲାମେଣ୍ଟ୍ର ମିଳିତ ଅଧିବେଶନରେ ତୁର୍କୀର ରାଷ୍ଟ୍ରପତି କହିଥିଲେ ଯେ କଶ୍ମୀର ପ୍ରସଙ୍ଗରେ ତୁର୍କୀ ସବୁବେଳେ ପାକିସ୍ତାନକୁ ସମର୍ଥନ କରିବ। କଶ୍ମୀର ପ୍ରସଙ୍ଗ ପାକିସ୍ତାନ ଏବଂ ତୁର୍କୀ ପାଇଁ ଚିନ୍ତାର କାରଣ।
ଭାରତର ଏକତରଫା ନିଷ୍ପତ୍ତି ଫଳରେ କଶ୍ମୀରବାସୀଙ୍କ ସମସ୍ୟା ଆହୁରି ବଢ଼ିଯାଇଛି। ଯୁଦ୍ଧ କିଂବା କଟକଣା ଜାରି ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇ ପାରିବ ନାହିଁ। ଏଥିପାଇଁ ନିରପେକ୍ଷ ଆଲୋଚନା ଆବଶ୍ୟକ।
ଏଭଳି ବିବୃତିରେ ପ୍ରତିକ୍ରିୟା ପ୍ରକାଶ କରି ଭାରତ ତୁର୍କୀକୁ ଚେତାବନୀ ଦେଇଛି।
Follow Us