ଡଚ୍ ଯୌନକର୍ମୀଙ୍କ ଚୁମ୍ବନକୁ ନା ! ବ୍ୟାଙ୍କକ୍‌ରେ ବାର୍‌ ଗାର୍ଲଙ୍କ ପାଇଁ ବିକନି, ଫେସ୍‌ମାସ୍କ ବାଧ୍ୟତାମୂଳକ

Advertisment
ଡଚ୍ ଯୌନକର୍ମୀଙ୍କ ଚୁମ୍ବନକୁ ନା ! ବ୍ୟାଙ୍କକ୍‌ରେ ବାର୍‌ ଗାର୍ଲଙ୍କ ପାଇଁ ବିକନି, ଫେସ୍‌ମାସ୍କ ବାଧ୍ୟତାମୂଳକ

The Independent

ଆମଷ୍ଟରଡାମ/ବ୍ୟାଙ୍କକ୍‌: ମହାମାରୀ କୋଭିଡ୍ ଯୋଗୁଁ ଜାରି ଥିବା ସାଢ଼େ ତିନି ମାସର ଲକ୍‌ଡାଉନ୍ କଟକଣା ହଟିବା ପରେ ବୁଧବାର ନେଦରଲାଣ୍ଡର ଯୌନକର୍ମୀମାନେ ନିଜର ପୁରୁଣା ବେପାରର ପୁନରୁଦ୍ଧାର ଆଶାରେ ଉତ୍ସାହିତ ହୋଇପଡ଼ିଛନ୍ତି। ତେବେ ଏଣିକି ସେମାନେ କରୋନାଭୂତାଣୁ ସଂକ୍ରମଣକୁ ପ୍ରଶ୍ରୟ ନଦେବା ଲାଗି ନିଜ ଶରୀରକୁ ଲାଟେକ୍ସ ନିର୍ମିତ ଝିନ ପରିଚ୍ଛଦରେ ଢାଙ୍କିବା ସହ ଚୁମ୍ବନକୁ ସଂପୂର୍ଣ୍ଣ ବାରଣ କରିବେ ବୋଲି କହିଛନ୍ତି। ସେହିପରି ଥାଇଲାଣ୍ଡର ରାଜଧାନୀନ ସହର ବ୍ୟାଙ୍କକ୍‌ରେ ମଧ୍ୟ ବିଭିନ୍ନ ସୌଖୀନ୍ କେନ୍ଦ୍ରର ପରିଚାରିକାମାନେ ଅନୁରୂପ ଭାବେ ମାସ୍କ ଏବଂ ବିକିନି ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

publive-image sentinelassam.com

ସୂଚନାଯୋଗ୍ୟ, ପର୍ଯ୍ୟଟକମାନଙ୍କ ପାଇଁ ପ୍ରମୁଖ ଆକର୍ଷଣର ଉତ୍ସ ସାଜିଥିବା ନେଦରଲାଣ୍ଡର ସଂଖ୍ୟାଧିକ କାମୋଦ୍ଦୀପକ ନୃତ୍ୟାଙ୍ଗନା ଏବଂ ବାରଙ୍ଗନା ଲକ୍‌ଡାଉନ୍ ପରଠାରୁ ନିଜ କାରବାର ହରାଇ ଅତ୍ୟନ୍ତ ଦୟନୀୟ ଜୀବନଯାପନ କରୁଥିଲେ। ତେବେ ସେମାନଙ୍କ ବୃତ୍ତିକୁ ଜୁଲାଇ ପହିଲାରୁ ପୁଣି ଥରେ ଚାଲୁ କରିବା ପାଇଁ ସରକାର ଅନୁମତି ଦେବା ପରେ ସେମାନେ କିଭଳି ଢଙ୍ଗରେ ଗରାଖ ଈଶ୍ବରଙ୍କୁ ଆପ୍ୟାୟିତ କରିବେ ବୋଲି ଉପାୟ ଖୋଜୁଛନ୍ତି।

ଅନ୍ୟମାନଙ୍କ ସହ ସଂସର୍ଗ ହିଁ ସେମାନଙ୍କ ଆଚରଣର ମୌଳିକ ଉପାଦାନ ହୋଇଥିବାରୁ କରୋନାଭୂତାଣୁର ସଂକ୍ରମଣର ଆଶଙ୍କା ଯଥେଷ୍ଟ ରହିଛି। ତେଣୁ ସେମାନେ ନିଜକୁ ସେଥିରୁ ମୁକ୍ତ ରଖିବା ପାଇଁ ଶରୀରକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିବା ଲାଗି ଲାଟେକ୍ସର ଆବରଣ ପିନ୍ଧିବା ସହ ଲାଳରେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ଚୁମ୍ବନ ପାଇଁ ମନା କରିବେ ବୋଲି କହିଛନ୍ତି। ସେହିପରି ବ୍ୟାଙ୍କକ୍‌ରେ ବିଭିନ୍ନ ବାର୍‌, ମାଲିସ୍‌ କେନ୍ଦ୍ରରେ ନିୟୋଜିତ ତରୁଣୀମାନେ ନିଜର କାରବାର ଚାଲୁ ରଖିବା ପାଇଁ ସମ୍ପୂର୍ଣ୍ଣ ଅନାବୃତ ନରହି କ୍ଷୁଦ୍ର ବସ୍ତ୍ର(ବିକିନି) ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥି ସହିତ ସେମାନେ ନିରନ୍ତର ମାସ୍କ୍‌ ପିନ୍ଧିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe