ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦିଅନ୍ତୁ ନାହିଁ: ମମତା ବାନାର୍ଜୀ

Advertisment
ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦିଅନ୍ତୁ ନାହିଁ: ମମତା ବାନାର୍ଜୀ

Image Courtesy of Zee News

କୋଲ୍‌କାତା: ପଶ୍ଚିମବଙ୍ଗ ପ୍ରତି ନୂଆଦିଲ୍ଲୀ ଆର୍ଥିକ ଅବରୋଧ କରିଥିଲେ ବି ବୁଦ୍ଧି ବଳରେ ରାଜ୍ୟରେ ସବୁକିଛି ସୁଚାରୁରୂପେ ଚାଲିଛି ବୋଲି କହିବା ବେଳେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦିଅନ୍ତୁ ନାହିଁ। ଦେଲେ ସେ ସବୁ ଆଉ ଫେରସ୍ତ ମିଳିବ ନାହିଁ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ବିଷୟରେ କହିବା ବେଳେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ୧୦୦ ଦିନର କାର୍ଯ୍ୟ ପରେ ଦିଲ୍ଲୀ ‘ବଙ୍ଗ ଆବାସ ଯୋଜନା’ ପାଇଁ ଅର୍ଥ ଦେବା ବନ୍ଦ କରି ଦେଇଛି। ‘ୟୁଜିସିଓ’ ମଧ୍ୟ ଠିକ୍‌ ଭାବେ ବୃତ୍ତି ପ୍ରଦାନ କରୁନାହିଁ। ଅର୍ଥାତ୍‌ ପଶ୍ଚିମବଙ୍ଗ ପ୍ରତି ଏକପ୍ରକାର ଆର୍ଥିକ ଅବରୋଧ ସୃଷ୍ଟି କରାଯାଇଛି।

publive-image Image Courtesy of Zee News

କିନ୍ତୁ, ନୂଆଦିଲ୍ଲୀ ଅର୍ଥ ନ ଦେଲେ ବି ବୁଦ୍ଧିମତା ବଳରେ ସରକାର ସୁଚାରୁ ରୂପେ ରାଜ୍ୟ ଚଳାଉଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଥିଲେ କି, ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦେବା ଅନୁଚିତ।

ଏ କଥାଟି ପ୍ରାୟ ଏକ ଦଶନ୍ଧି ତଳେ ଗୋଟାଏ ପୁସ୍ତକ ମେଳାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ। ସେ କହିଥିଲେ, ନିଜ ବହି ଓ ଧର୍ମପତ୍ନୀଙ୍କୁ କାହାକୁ ଉଧାର ଦେବା ଅନୁଚିତ। ଯଦି ଦେବେ ଆଉ ଫେରସ୍ତ ମିଳିବ ନାହିଁ। ମମତାଙ୍କ ଏଭଳି ବିବୃତି ଉପରେ ସେତେବେଳ‌େ ରାଜ୍ୟ ରାଜନୀତିରେ ବାଦବିସମ୍ବାଦ ସୃଷ୍ଟି ହୋଇଥିଲା।

ଅନେକ ସମାଲୋଚକ କହିଥିଲେ, ପତ୍ନ କ’ଣ ଉଧାର ଦେଇ ହେବା ଭଳି ଅସ୍ଥାବର ସମ୍ପତ୍ତି? ଏଭଳି ବିବୃତି ସମଗ୍ର ନାରୀଜାତିଙ୍କ ପ୍ରତି ଅସମ୍ମାନ। କିନ୍ତୁ, ପଶ୍ଚିମବଙ୍ଗରେ ପ୍ରଚଳିତ ଅନ୍ୟାନ୍ୟ ପ୍ରବାଦ ଭଳି ମମତାଙ୍କ ଉକ୍ତିକୁ ପ୍ରବାଦ ଆଖ୍ୟା ଦେଇ ଅନେକ ସମର୍ଥନ କରିଥିଲେ। ସେମାନେ କହିଥିଲେ, ‘ମୁଲ୍ଲାଙ୍କ ଦୌଡ଼ ମସ୍‌ଜିଦ୍‌’କୁ କହିଲେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଅସମ୍ମାନ ହୁଏ ନାହିଁ। ଆଳସ୍ୟପରାୟଣତାକୁ ‘ଥୁଣ୍ଟ ଜଗନ୍ନାଥ’ କହିଲେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ହୁଏ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe