ସରକାରଙ୍କ ମୁଣ୍ଡ ନଇଁବାକୁ ଦେବୁନାହିଁ: ଟିକାୟତ

Advertisment
ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ପ୍ରଚାର କରିବେ: ଟିକାୟତ

image credit : Jagran

ନୂଆଦିଲ୍ଲୀ: ସର୍ବଦଳୀୟ ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କ ସହ ଆଲୋଚନା ପ୍ରସଙ୍ଗରେ ଏହା କେବଳ ଗୋଟିଏ୍‌ ଫୋନ୍‌ କଲ୍‌ ଦୂରରେ ରହିଛି ବୋଲି କହିବା ପରେ ଚାଷୀ ନେତା ରକେଶ ଟିକାୟତ ଏହାକୁ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଭାରତୀୟ କିଶାନ ୟୁନିୟନ ନେତା ଟିକାୟତ କହିଛନ୍ତି, ଆଲୋଚନା ପାଇଁ ଦ୍ବାର ଖୋଲା ରଖିଥିବାରୁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ଏବଂ ଖୁବ୍‌ଶୀଘ୍ର ଚାଷୀ ନେତା ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ କରିବା ପାଇଁ ପଦକ୍ଷେପ ନେବାକୁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ। ଟିକାୟତ କହିଛନ୍ତି, ମୋ ଅଖିରୁ ଯେଉଁ ଲୁହ ଝରିଛି ତାହା କୃଷକଙ୍କ ଲୁହ। ଆମେ ସରକାରଙ୍କ ମୁଣ୍ଡ ନଇଁବାକୁ ଦେବୁନାହିଁ କି କୃଷକଙ୍କ ପଗଡ଼ିରେ ଆଞ୍ଚ ଆଣିବାକୁ ଦେବୁନାହିଁ। ଆମେ ଦେଶର ସ୍ବାର୍ଥ ପାଇଁ ଲଢ଼େଇ କରିବୁ ବୋଲି ଟିକାୟତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe