ପିଲାମାନଙ୍କୁ ସିଆଡ଼େ ଦେଖ କହି ପ୍ରେମିିକ ସହ ଅନ୍ତରଙ୍ଗ ହେଉଥିଲେ ମହିଳା, ମାଆଠାରୁ ଅଲଗା ହେବାକୁ କ‌ୋର୍ଟ ଗଲେ ଭାଇଭଉଣୀ

Advertisment
ପିଲାମାନଙ୍କୁ ସିଆଡ଼େ ଦେଖ କହି ପ୍ରେମିିକ ସହ ଅନ୍ତରଙ୍ଗ ହେଉଥିଲେ ମହିଳା, ମାଆଠାରୁ ଅଲଗା ହେବାକୁ କ‌ୋର୍ଟ ଗଲେ ଭାଇଭଉଣୀ

Times of India

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ମହିଳା ନିିଜ ସ୍ବାମୀ ଓ ପିଲାଙ୍କ ପ୍ରତି ଥିବା ଦାୟିତ୍ବବୋଧକୁ ଭୁଲିଯାଇ ଜଣେ ଗାଡ଼ି ଚାଳକଙ୍କ ସହ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ଆଣି ଅଦାଲତର ସହାୟତା ଲୋଡ଼ିଛନ୍ତି ମହିଳାଙ୍କ ଦୁଇ ପିଲା। ମିନା(ଛଦ୍ମନାମ) ନାମ୍ନୀ ଏହି ମହିଳାଙ୍କ ପୁଅ ଓ  ଝିଅ ତାଙ୍କ ବିରୋଧରେ ‌ଅଭିଯୋଗ ଆଣି କହିଛନ୍ତି ଯେ ପରିବାରର ଶାନ୍ତି ନଷ୍ଟ କରିବାରେ ସେମାନଙ୍କ ନିଜ ମାଆ ହିଁ ଦାୟୀ। ମିନା ସର୍ବସାଧାରଣରେ ତାଙ୍କ ପ୍ରେମିକଙ୍କ ସହ ଅଶାଳୀନ ଆଚରଣ କରୁଥିବାରୁ ତାଙ୍କ ପିଲାଙ୍କ ବର୍ତ୍ତମାନ ଓ ଭବିଷ୍ୟତ ନଷ୍ଟ ହେଉଛି ବୋଲି ମାଆଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୁଅ ରାକେଶ(ଛଦ୍ମନାମ) ଓ ଝିଅ ରଜନୀ(ଛଦ୍ମନାମ)। ରାକେଶ ଓ ରଜନୀ ନିଜ ମାଆଙ୍କ ପାଖରେ ରହିବାକୁ ଚାହାନ୍ତି ‌ନାହିଁ ବୋଲି କୋର୍ଟରେ ଜଣାଇବା ପରେ ଏହି ମାମଲା ଏବେ ବିଚାରାଧୀନ ରହିଛି। ଜାଣିବାକୁ ମିଳିଛି ଯେ ମିନାଙ୍କ ବିରୋଧରେ ହୋଇଥିବା ଏହି ଅଭିଯୋଗକୁ ମିନା ଅସ୍ବୀକାର କରିଛନ୍ତି ମାତ୍ର ଅଦାଲତରେ ତାଙ୍କ ଯୁକ୍ତିକୁ ଖାରଜ କରି ଦିଆଯାଇଛି।

ମିନାଙ୍କ ସ୍ବାମୀ ନରେଶ(ଛଦ୍ମନାମ)ଙ୍କ ଦୁଇ ପିଲା ଓ କିଛି ପଡ଼ୋଶୀଙ୍କ ବୟାନକୁ ଭିତ୍ତିକରି ୨୦୧୩ ମସିହା ଅକ୍ଟୋବର ୧୧ ତାରିଖରେ   ଅଙ୍କୋଲାର ଏକ ଅଦାଲତ ନରେଶଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ସେ ସମୟରେ ବି ମିନା ନିଜ ପରିବାର ସହ ରହିବାକୁ ଅଦାଲତରେ ଆବେଦନ କରିଥିଲେ ଓ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

publive-image Times of India

ମିନାଙ୍କ ପୁଅ ରାକେଶ ଓ ଝିଅ ରଜନୀ ଅଭିଯୋଗ ଆଣି କହିଥିଲେ କି ସେମାନଙ୍କ ମାଆ ଦୁଇ ଭାଇଭଉଣୀଙ୍କୁ ନେଇ ଆଇସ୍‌କ୍ରିମ୍‌ ପାର୍ଲର ଯାଆନ୍ତି। ସେଠାକୁ ତାଙ୍କ ପ୍ରେମିକ ବି ସାଥିରେ ଯାଇଥାନ୍ତି। ତାଙ୍କ ମାଆ ରାକେଶ ଓ ରଜନୀଙ୍କୁ ଇଆଡ଼େ ଦେଖନାହିଁ ବୋଲି କହି ନିଜ ପ୍ରେମିକଙ୍କୁ ଚୁମ୍ବନ ଓ ଆଲିଙ୍ଗନ କରିଥାନ୍ତି।

ଉଲ୍ଲେଖଯୋଗ୍ୟ, ୧୯୯୩ ମସିହା ଡିସେମ୍ବର ମାସରେ ନ‌ରେଶ  ଓ ମିନା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆରମ୍ଭରୁ ହିଁ  ମିନା ନ‌ରେଶଙ୍କ ସହ ରହିବାକୁ ବିଶେଷ ପସନ୍ଦ କରୁ ନଥିଲେ। ସେ ବାରମ୍ବାର ନିଜ ବାପ ଘରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe