ସାଇରସଙ୍କ ଭଳି ଭୁଲ୍‌ କେହି ନକରନ୍ତୁ: ଆନନ୍ଦ ମହିନ୍ଦ୍ରା

ସାଇରସଙ୍କ ଭଳି ଭୁଲ୍‌ କେହି ନକରନ୍ତୁ: ଆନନ୍ଦ ମହିନ୍ଦ୍ରା

Anand Mahindra, vice chairman and managing director of Mahindra & Mahindra Ltd., speaks during an interview with Reuters in Mumbai September 30, 2011. To match Interview INDIA/ REUTERS/Danish Siddiqui (INDIA - Tags: BUSINESS) - RTR2SNLQ

ନୂଆଦିଲ୍ଲୀ: ରବିବାର ଏକ ଲୋମହର୍ଷଣକାରୀ କାର୍ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ୍ ମିସ୍ତ୍ରୀଙ୍କ ପରଲୋକ ହେବା ପରେ ମହୀନ୍ଦ୍ରା ଆଣ୍ଡ ମହୀନ୍ଦ୍ରାର ମୁଖ୍ୟ ଆନନ୍ଦ ମହୀନ୍ଦ୍ରା ଗଭୀର ଦୁଃଖପ୍ରକାଶ କରିଛନ୍ତି। ଏଥି ସହ ସେ ସମସ୍ତଙ୍କୁ ନିବେଦନ କରି କହିଛନ୍ତି ଯେ ଯେଉଁ ଭୁଲ୍ ପାଇଁ ଏତେବଡ଼ ବ୍ୟକ୍ତିତ୍ବଙ୍କୁ ଆମ ଦେଶ ହରାଇଲା ଆଉ କେହି ସେମିତି ଭୁଲ୍ ନ କରନ୍ତୁ।

ମହୀନ୍ଦ୍ରା କହିଛନ୍ତି ମାତ୍ରାତିରିକ୍ତ ବେଗରେ ଗାଡ଼ିଚାଳନା ଏବଂ ସିଟ୍‌ବେଲ୍‌ଟ ନ ବାନ୍ଧିବା ହିଁ ଦୁର୍ଘଟଣା ଓ ମୃତ୍ୟୁର କାରଣ। ଏଣୁ ଗାଡ଼ି ଚଳାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟନ୍ତ୍ରଣଯୋଗ୍ୟ ସୀମା ଭିତରେ ଗାଡ଼ି ଚଳାଇବା ଏବଂ ଆଗରେ ଓ ପଛରେ ବସିଥିବା ସମସ୍ତ ବ୍ୟକ୍ତି ସିଟ୍‌ବେଲ୍‌ଟ ବାନ୍ଧିବାକୁ ମହୀନ୍ଦ୍ରା ଟ୍ବିଟ୍ କରି ଅନୁରୋଧ କରିଛନ୍ତି। ଏଥି ସହ ସେ କାର୍ ନିର୍ମାତାମାନଙ୍କୁ ଅନୁରୋଧ କରିଛନ୍ତି, ଯେପରି ସେମାନେ ଏପରି ବ୍ୟବସ୍ଥା କରନ୍ତି ଯାହାଫଳରେ କାର୍‌ରେ ବସିଥିବା ସବୁ ଲୋକ ସିଟ୍‌ବେଲ୍‌ଟ ନ ବାନ୍ଧିବା ପର୍ଯ୍ୟନ୍ତ ଗାଡ଼ି ଷ୍ଟାର୍ଟ ନ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe