ସଂଖ୍ୟାଲଘୁ ପ୍ରସଙ୍ଗରେ ଆମକୁ ତୁମର ଭାଷଣ ଲୋଡ଼ା ନାହିଁ; ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ କହିଲେ ପୂର୍ବତନ ଭାରତୀୟ କ୍ରିକେଟିଅର ମହମ୍ମଦ କୈଫ୍‌

Advertisment
ସଂଖ୍ୟାଲଘୁ ପ୍ରସଙ୍ଗରେ ଆମକୁ ତୁମର ଭାଷଣ ଲୋଡ଼ା ନାହିଁ; ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ କହିଲେ ପୂର୍ବତନ ଭାରତୀୟ କ୍ରିକେଟିଅର ମହମ୍ମଦ କୈଫ୍‌

ନୂଆଦିଲ୍ଲୀ: ଦେଶର ସଂଖ୍ୟାଲଘୁ ସଂପ୍ରଦାୟର ଯତ୍ନ କିପରି ଭାବେ ନେବାକୁ ତାହା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖାଇଦେବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିବା ପରେ ଇମ୍ରାନ୍‌ଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟିଅର ମହମ୍ମଦ କୈଫ୍‌।

publive-image
ଭାରତୀୟ ସଂଖ୍ୟାଲଘୁମାନଙ୍କ ସଂପର୍କରେ ଆମେ ତୁମ ଠାରୁ କୌଣସି ଭାଷଣ ଶୁଣିବାକୁ ଚାହୁଁନାହୁୁଁ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ସିଧାସଳଖ ଶୁଣାଇବା ସହ ମହମ୍ମଦ କୈଫ୍‌ ପଚାରିଛନ୍ତି ଯେ ତୁମ ହୃଦୟ ଯଦି ସଂଖ୍ୟାଲଘୁମାନଙ୍କ ପାଇଁ କାନ୍ଦୁଛି, ତେବେ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କର ସଂଖ୍ୟା କିପରି ଭାବେ ୨୦ ପ୍ରତିଶତରୁ ୨ ପ୍ରତିଶତକୁ ହ୍ରାସ ପାଇଲା?
ଏଥିସହ ପାକିସ୍ତାନ ତୁଳନାରେ ଭାରତରେ ସଂଖ୍ୟାଲଘୁ ସଂପ୍ରଦାୟ ବେଶ୍‌ ନିରାପଦରେ ଓ ଆରାମରେ ଅଛନ୍ତି। କେବଳ ମାତ୍ର ଏତିକି ନୁହେଁ ସେମାନଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ, ସଂଖ୍ୟାଲଘୁ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାଷଣ ଶୁଣାଇବା ପରିବର୍ତ୍ତେ ଆଗେ ନିଜ ଦେଶରେ ରହିଥିବା ସଂଖ୍ୟାଲଘୁ ମାନଙ୍କର କଥା ବୁଝନ୍ତୁ ଏବଂ ସେମାନଙ୍କର ସୁରକ୍ଷାକୁ ନିଶ୍ଚିତ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟିଅର ମହମ୍ମଦ କୈଫ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe