ସୀମାନ୍ତରେ ଭାରତର ୪୪ ସେତୁ ଉଦଘାଟନକୁ ନେଇ ବିବ୍ରତ ଚୀନ୍‌ କହିଲା, ‘ବେଆଇନ ଭାବେ ପ୍ରତିଷ୍ଠିତ’ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ଚିହ୍ନି ନାହିଁ

ସୀମାନ୍ତରେ ଭାରତର ୪୪ ସେତୁ ଉଦଘାଟନକୁ ନେଇ ବିବ୍ରତ ଚୀନ୍‌ କହିଲା, ‘ବେଆଇନ ଭାବେ ପ୍ରତିଷ୍ଠିତ’ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ଚିହ୍ନି ନାହିଁ

TOI

ନୂଆଦିଲ୍ଲୀ: ଭାରତ ସହ ଜାରି ରହିଥିବା ସାମରିକ ବିବାଦ ମଧ୍ୟରେ ଚୀନ୍‌ ଆଜି (ମଙ୍ଗଳବାର) କହିଛି ଯେ ‘ବେଆଇନ ଭାବେ ପ୍ରତିଷ୍ଠିତ’ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ସେ ଚିହ୍ନି ନାହିଁ। ଲଦାଖ, ଅରୁଣାଚଳର ସୀମାନ୍ତ ଅଞ୍ଚଳରେ ଭାରତ ପକ୍ଷରୁ ୪୪ଟି ପ୍ରମୁଖ ସେତୁ ଉଦଘାଟନ କରା ଯିବାର ଗୋଟିଏ ଦିନ ପରେ ଚୀନ୍‌ ଦେଇଛି ଏପରି ମନ୍ତବ୍ୟ।

ଉଲ୍ଲେଖଯୋଗ୍ୟ, ଅରୁଣାଚଳପ୍ରଦେଶ, ସିକ୍କିମ୍‌, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀର ଓ ଲଦାଖରେ ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା ସେତୁଗୁଡ଼ିକ ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ରହିଛି। ଆପଦକାଳୀନ ଓ ଜରୁରୀ ପରିସ୍ଥିତିରେ ସୈନ୍ୟ ବାହିନୀ ସମେତ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ସବୁର ଶୀଘ୍ର ପରିବହନକୁ ସୁନିଶ୍ଚିତ କରିବାରେ ଏହି ନୂତନ ଉଦଘାଟିତ ସେତୁଗୁଡ଼ିକ ସେନା ବାହିନୀକୁ ସାହାଯ୍ୟ କରିବ।

publive-image

ଏହି ପରିପ୍ରେକ୍ଷୀରେ ଭାରତର ନୂତନ ସେତୁ ଉଦ୍‌ଘାଟନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ଆଜି କହିଛି ଯେ ବେଜିଂ ଭିତ୍ତିଭୂମି ସୁବିଧାଗୁଡ଼ିକର ବିକାଶ ବିରୁଦ୍ଧରେ ଛିଡା ହୋଇଛି ଯାହା ସୀମାନ୍ତ ଅଞ୍ଚଳରେ ସାମରିକ ବିବାଦର କାରଣ ହୋଇଛି। ଏସବୁ କାର୍ଯ୍ୟ ଉଭୟ ପକ୍ଷର ସହମତି ଭିତ୍ତିରେ ହେବା ଉଚିତ୍‌। ନହେଲେ, ଏହା ପରିସ୍ଥିତିକୁ ସହଜ କରିବା ପରିବର୍ତ୍ତେ ଉତ୍ତେଜନାର କାରଣ ପାଲଟିବ ବୋଲି କହିଛି ଚୀନ୍‌ ବୈଦେଶିକ ମନ୍ତ୍ରାଳୟ। ଏଥିରୁ ଆହୁରି ପାଦେ ଆଗେଇ ଯାଇ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ କହିଛି ‘ବେଆଇନ ଭାବେ ପ୍ରତିଷ୍ଠିତ’ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ଚୀନ୍‌ ଚିହ୍ନି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe