ଇସ୍ରାଏଲକୁ ବାଇଡେନ୍‌ଙ୍କ ପରାମର୍ଶ: ୯/୧୧ ପରେ ରାଗରେ ଆମେରିକା କରିଥିବା ଭୁଲର ପୁନରାବୃତ୍ତି କରନ୍ତୁ ନାହିଁ

Advertisment
ଇସ୍ରାଏଲକୁ ବାଇଡେନ୍‌ଙ୍କ ପରାମର୍ଶ: ୯/୧୧ ପରେ ରାଗରେ ଆମେରିକା କରିଥିବା ଭୁଲର ପୁନରାବୃତ୍ତି କରନ୍ତୁ ନାହିଁ

ତେଲ ଆଭିଭ: ଆମେରିକା ଉପରେ ହୋଇଥିବା ବହୁଚର୍ଚ୍ଚିତ  ୯/୧୧ ଆତଙ୍କବାଦୀ ହାମ୍‌ଲା ପରେ ଆମେରିକା ଭୁଲ୍‌ କରିଛି ବୋଲି ସ୍ୱୀକାର କରି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ୍‌ ଇସ୍ରାଏଲବାସୀଙ୍କୁ ସତର୍କ କରାଇ  ରାଗରେ ଆସି ଆମେରିକା କରିଥିବା ଭୁଲର ପୁନରାବୃତ୍ତି ନ କରିବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେତେବେଳେ ଆପଣମାନେ କ୍ରୋଧ ଅନୁଭବ କରୁଛନ୍ତି, କିନ୍ତୁ ସେଥିରେ ବ୍ୟସ୍ତ ହୁଅନ୍ତୁ ନାହିଁ। ୯/୧୧ର ଘଟଣା ପରେ ଆମେ ଆମେରିକାବବାସୀ କ୍ରୋଧିତ ହୋଇଥିଲୁ। ଆମେ ନ୍ୟାୟ ଚାହୁଥିଲୁ ଏବଂ ନ୍ୟାୟ ପାଇଥିଲୁ; କିନ୍ତୁ ସେତେବେଳେ ଆମ ମଧ୍ୟ ଭୁଲ୍‌ କରିଥିଲୁ। ମାତ୍ର ଆପଣମାନେ ଏହାର ପୁନରାବୃତ୍ତି କରନ୍ତୁନାହିଁ।

ଅନ୍ୟ ପଟେ ଗାଜା ଡାକ୍ତରଖାନା ଆକ୍ରମଣ ଘଟଣାରେ ଇସ୍ରାଏଲକୁ କ୍ଲିନ୍ ଚିଟ୍ ଦେଇଛି ଆମେରିକା। ମହାକାଶରୁ ପ୍ରାପ୍ତ ଚିତ୍ର ଏବଂ ହସ୍ତଗତ ହୋଇଥିବା ଗୁଇନ୍ଦା ତଥ୍ୟକୁ ଆଧାର କରି ଆମେରିକୀୟ  ଗୁପ୍ତଚର ଏଜେନ୍ସି  ଦର୍ଶାଇଛନ୍ତି ଯେ ଗାଜା ଡାକ୍ତରଖାନା ଉପରେ ହୋଇଥିବା ରକେଟ୍ ଆକ୍ରମଣ ପଛରେ ଇସ୍ରାଏଲର ହାତ ନାହିଁ। ଏଠାରେ ଘଟିଥିବା ଶହ ଶହ ଲୋକଙ୍କ ମୃତ୍ୟୁ ପାଇଁ  ଇସ୍ରାଏଲର ଦାୟୀ ନୁହେଁ।

ଆମେରିକାର ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଆଡ୍ରିଏନେ ୱାଟସନ କହିଛନ୍ତି ଯେ ଆମର ହସ୍ତଗତ ହୋଇଥିବା ସୂଚନା, ଓଭରହେଡ୍ ଫଟୋଚିତ୍ର, ଇଣ୍ଟରସେପ୍ଟ ହୋଇଥିବା ବାର୍ତ୍ତାଳାପ ଏବଂ ମୁକ୍ତ ଉତ୍ସରୁ ସଂଗୃହୀତ ତଥ୍ୟର ବିଶ୍ଳେଷଣ ପରେ ଏହା ସଂପୂର୍ଣ୍ଣ ସ୍ପଷ୍ଟ ଯେ ଗତକାଲି ଗାଜାର ଡାକ୍ତରଖାନାରେ ହୋଇଥିବା ବିସ୍ଫୋରଣ ପାଇଁ ଇସ୍ରାଏଲ୍ ଦାୟୀ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe