ବାତ୍ୟା ‘ଅମ୍ଫାନ’ଜନିତ ପରିସ୍ଥିତି ଯୋଗୁଁ ମେ ୨୬ଯାଏଁ ଶ୍ରମିକ ସ୍ପେସାଲ୍ ଟ୍ରେନ୍ ନ ପଠାଇବା ପାଇଁ ରେଳବାଇକୁ କହିଲା ପଶ୍ଚିମବଙ୍ଗ

Advertisment
ବାତ୍ୟା ‘ଅମ୍ଫାନ’ଜନିତ ପରିସ୍ଥିତି ଯୋଗୁଁ ମେ ୨୬ଯାଏଁ ଶ୍ରମିକ ସ୍ପେସାଲ୍ ଟ୍ରେନ୍ ନ ପଠାଇବା ପାଇଁ ରେଳବାଇକୁ କହିଲା ପଶ୍ଚିମବଙ୍ଗ

Image Source: Zee News

କୋଲକାତା: ବାତ୍ୟା ‘ଅମ୍ଫାନ୍’ଯୋଗୁଁ ଉପୁଜିଥିବା ପରିସ୍ଥିତି ଲାଗି ମେ ୨୬ ତାରିଖ ଯାଏଁ କୌଣସି ଶ୍ରମିକ ସ୍ପେସାଲ୍ ଟ୍ରେନ୍ ନ ପଠାଇବା ପାଇଁ ଭାରତୀୟ ରେଳବାଇକୁ ପତ୍ର ଲେଖିଛି ମମତା ବାନାର୍ଜୀ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାର।

ରେଳବାଇ ବୋର୍ଡ ଚେୟାର୍‌ମ୍ୟାନ୍‌ ଭିକେ ଯାଦବଙ୍କୁ ଲିଖିତ ପତ୍ରରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା କହିଛନ୍ତି ଯେ ମେ ୨୦-୨୧ରେ ପ୍ରବାହିତ ସୁପର୍‌ ସାଇକ୍ଲୋନ୍ ଅମ୍ଫାନ ଯୋଗୁଁ ରାଜ୍ୟର ଭିତ୍ତିଭୂମିରେ ବ୍ୟାପକ କ୍ଷତି ହୋଇଛି। କେତେକ ଜିଲ୍ଲା ପ୍ରଶାସନ ରିଲିଫ୍ ଓ ଥଇଥାନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆଗାମୀ କେତେ ଦିନ ପାଇଁ ସ୍ପେସାଲ୍ ଶ୍ରମିକ ଟ୍ରେନ୍‌ ରିସିଭ୍ କରିବା ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ। ତେଣୁ ଅନୁରୋଧ, ମେ ୨୬ ତାରିଖ ଯାଏଁ ରାଜ୍ୟକୁ କୌଣସି ଟ୍ରେନ୍ ନ ପଠାଇବାକୁ ଅନୁରୋଧ।

publive-image Image Source: Hindustan Times

ଏଠାରେ ପ୍ରକାଶଯୋଗ୍ୟ କି, ଶନିବାର ସୁଦ୍ଧା ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ୍‌ଜନିତ ମୃତ୍ୟୁସଂଖ୍ୟା ୮୫କୁ ବୃଦ୍ଧି ପାଇଛି। ବାତ୍ୟା ଅତିକ୍ରାନ୍ତ ହେବାର ତିନି ଦିନ ହୋଇଥିଲେ ବି ସ୍ବାଭାବିକତା ଫେରାଇ ଆଣିବାକୁ ପ୍ରଶାସନ ବିଫଳ ହୋଇଥିବାରୁ କୋଲ୍‌କାତା ସହରର କେତେକ ଅଞ୍ଚଳରେ ଲୋକେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe