ହନୁମାନଙ୍କୁ ଅଧିକ ହଇରାଣ କରନାହିଁ, ତୁମ ଲଙ୍କାରେ ଲାଗିଯିବ ନିଆଁ: ବିଜେପିକୁ କଟାକ୍ଷ କଲେ ରାଜ ବବର

Advertisment
ହନୁମାନଙ୍କୁ ଅଧିକ ହଇରାଣ କରନାହିଁ, ତୁମ ଲଙ୍କାରେ ଲାଗିଯିବ ନିଆଁ: ବିଜେପିକୁ କଟାକ୍ଷ କଲେ ରାଜ ବବର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ସିନେ ଅଭିନେତା ରାଜ ବବର ଭାରତୀୟ ଜନତା ପାର୍ଟିକୁ କଟାକ୍ଷ କରି କହିଛନ୍ତି, ଭଗବାନ୍‌ ହନୁମାନଙ୍କ ପଛରେ ବେଶୀ ଲାଗ ନାହିଁ, ସେ ବିରକ୍ତ ହେଲେ ତୁମ ଲଙ୍କାରେ ନିଆଁ ଲଗାଇଦେବେ।

ଏଥିସହ ରାଜ ବବର ଯୁକ୍ତି ବାଢିଛନ୍ତି କି ବିଜେପି ନିର୍ବାଚନ ସମୟରେ ହନୁମାନଙ୍କୁ ରାଜନୀତିକୁ ଟାଣି ୩ଟି ରାଜ୍ୟରେ ହାରିଛି। ଦଳକୁ ଆଗକୁ ବଡ଼ ଧରଣର ବିପର୍ଯ୍ୟୟ ସାମ୍ନା କରିବାକୁ ପଡ଼ିପାରେ।

ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାକୁ ନିର୍ବାଚନ ପ୍ରଚାର ଲାଗି ଯାଇଥିବା ବେଳେ ହନୁମାନ ଜଣେ ବନବାସୀ ଓ ଦଳିତ ବୋଲି କହିଥିଲେ। ଏଥିସହ ବଜରଙ୍ଗବାଲୀ ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ, ସବୁ ପ୍ରାନ୍ତରେ ବସବାସ କରୁଥିବା ଭାରତୀୟ ଗୋଷ୍ଠୀକୁ ଏକତ୍ର କରିବାର ପ୍ରୟାସ କରିଥିଲେ ବୋଲି ଆଦିତ୍ୟନାଥ ପ୍ରକାଶ କରିଥିଲେ।

publive-image

ଏହାର କିଛି ଦିନ ପରେ ଅନୁସୂଚିତ ଜନଜାତି କମିସନ୍‌ର ଅଧ୍ୟକ୍ଷ ନନ୍ଦ କୁମାର ସାଇ ହନୁମାନ ଜନଜାତିର ଥିଲେ ବୋଲି ଦାବି କରିଥିଲେ। ଗତ ସପ୍ତାହରେ ଉତ୍ତର ପ୍ରଦେଶର ବିଜେପି ବିଧାନ ପରିଷଦର ସଦସ୍ୟ ବୁକ୍କାଲ ନବାବ ମତ ଦେଇଥିଲେ ଯେ ହନୁମାନ ଜଣେ ମୁସଲମାନ ଥିଲେ। ଏହାପରେ ସମାଜବାଦୀ ପାର୍ଟିର୍ର ଜାତୀୟ ସାଧାରଣ ସଂପାଦକ ହନୁମାନ ଆଦିବାସୀ ଗଣ୍ଡ ସଂପ୍ରଦାୟର କେବଳ ମତ ଦେଇଥିଲେ।

ହନୁମାନଙ୍କୁ ନେଇ ଚାଲିଥିବା ବୟାନ୍‌ବାଜି ଅବସର ରେ ରାଜ ବବରଙ୍କର ଏହି ମନ୍ତବ୍ୟ ଆସିଛି। ସେ କହିଛନ୍ତି, ହନୁମାନ ଲାଞ୍ଜ ହଲାଇ ଦେବାରୁ ୩ ରାଜ୍ୟରେ ବିଜେପି ହାରିଲା। ତାଙ୍କ ଲାଞ୍ଜରେ ନିଆଁ ଲାଗିଲେ ବିଜେପିର ଲଙ୍କା ପୋଡ଼ି ଛାରଖାର ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe