ରାଷ୍ଟ୍ରପତି ଭବନରେ ମୂର୍ତ୍ତି ସ୍ଥାପନା ଚାହୁଁନୁ, ଦ୍ରୌପଦୀ ମୁର୍ମୁ କିଛି କହିବାର କେବେ ଶୁଣିନୁ: ତେଜସ୍ବୀ ଯାଦବ

Advertisment
ରାଷ୍ଟ୍ରପତି ଭବନରେ ମୂର୍ତ୍ତି ସ୍ଥାପନା ଚାହୁଁନୁ, ଦ୍ରୌପଦୀ ମୁର୍ମୁ କିଛି କହିବାର କେବେ ଶୁଣିନୁ: ତେଜସ୍ବୀ ଯାଦବ

Image Courtesy of ANI

ଶିବହର: ଆମେ ରାଷ୍ଟ୍ରପତି ଭବନରେ ମୂର୍ତ୍ତି ସ୍ଥାପନା ଚାହୁଁନୁ ବୋଲି ଶାସକ ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସହିତ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ସହ ତୁଳନା କରି ଶନିବାର ଦିନ ‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବ କହିଛନ୍ତି।

ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ରାଷ୍ଟ୍ରପତି ଭବନ ପାଇଁ ଆମେ ମୂର୍ତ୍ତି ସ୍ଥାପନା ନୁହେଁ, ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବାକୁ ଚାହୁଁ। ଯଶବନ୍ତ ସିହ୍ନା ବହୁତ କିଛି କହୁଥିବା ଆପଣମାନେ ସବୁବେଳେ ଶୁଣୁଥିବେ, କିନ୍ତୁ ଶାସକ ଦଳର ରାଷ୍ଟ୍ରପତି ପ୍ରାର୍ଥିନୀଙ୍କ କଥା କେବେ ଶୁଣି ନ ଥିବେ।

ମୁର୍ମୁଙ୍କ କଥା ସାମ୍ବାଦିକମାନେ କି, ଗଣମାଧ୍ୟମ କେବେ ଶୁଣିବାକୁ ପାଇ ନ ଥିବେ ବୋଲି ସେ କହିଛନ୍ତି। ତାଙ୍କ ଭାଷାରେ, ମୋର ମନେହୁଏ, ସେ ଗଣମାଧ୍ୟମକୁ କେବେ କିଛି କହିଥିବା ଆପଣମାନେ ମଧ୍ୟ ଶୁଣି ନ ଥିବେ। ପ୍ରାର୍ଥୀ ହେବା ପରଠାରୁ ସେ ଗୋଟିଏ ହେଲେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ନାହାନ୍ତି। ଏମିତି କହି ନ ଥାନ୍ତି, କିନ୍ତୁ ସେ କିଛି କହିଥିବାର ମୁଁ କେବେ ଶୁଣିନାହିଁ।

publive-image Image Courtesy of Zee News

ମୁର୍ମୁଙ୍କୁ ସମାଲୋଚନା କରିବାରେ ତେଜସ୍ବୀ ଯାଦବ ପ୍ରଥମ ରାଜନେତା ନୁହନ୍ତି। ନିକଟ ଅତୀତରେ କଂଗ୍ରେସ ନେତା ଅଜୟ କୁମାର ମଧ୍ୟ ମୁର୍ମୁଙ୍କୁ ସମାଲୋଚନା କରି ବିବାଦୀୟ ହୋଇଥିଲେ। ସେ କହିଥିଲେ ଯେ, ଭାରତର ଦୁର୍ଦଶାକୁ ପ୍ରତିନିଧିତ୍ବ କରୁଥିବାରୁ ମୁର୍ମୁଙ୍କୁ ଆଦିବାସୀମାନଙ୍କର ସଙ୍କେତ କରା ନ ଯିବା ଉଚିତ। ଏ କଥାରୁ ରାଜନୈତିକ ବିବାଦ ଉଗ୍ର ହେବାରୁ ସ୍ପଷ୍ଟିକରଣ ଦେଇ କଂଗ୍ରେସ କହିଥିଲା ଯେ, ମୁର୍ମୁ ଜଣେ ଭଦ୍ର ମହିଳା ବୋଲି କୁମାର ସବୁବେଳେ କହି ଆସିଛନ୍ତି। ତାଙ୍କର ସମାଲୋଚନା ମୁର୍ମୁଙ୍କ ପ୍ରତି ନୁହେଁ, ‘ବିଜେପି-ଆର୍‌ଏସ୍‌ଏସ୍‌’ର ଆଦର୍ଶବାଦ ବିପକ୍ଷରେ।

ଏହାଛଡ଼ା, କଂଗ୍ରେସର ପୁଡ୍ଡୁଚେରୀ ୟୁନିଟ୍‌ ମଧ୍ୟ ମୁର୍ମୁଙ୍କୁ ଜଣେ ‘ଡମି ରାଷ୍ଟ୍ରପତି’ ବୋଲି କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe