ୟୁକ୍ରେନ ଋଷ ଯବାନଙ୍କ ଶବରେ ଭର୍ତ୍ତି ହେଉ ବୋଲି ଚାହେଁନି, ତୁରନ୍ତ ଘରକୁ ଯାଅ: ୟୁକ୍ରେନ ରାଷ୍ଟ୍ରପତି

Advertisment
ୟୁକ୍ରେନ ଋଷ ଯବାନଙ୍କ ଶବରେ ଭର୍ତ୍ତି ହେଉ ବୋଲି ଚାହେଁନି, ତୁରନ୍ତ ଘରକୁ ଯାଅ: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ୮ଦିନ ବିତିଯାଇଥିବା ବେଳେ ଦିନକୁ ଦିନ ଏହା ତୀବ୍ର ହେବାରେ ଲାଗିଛି। ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲେ ବି ମୁଣ୍ଡ ନୁଆଁଇବାକୁ ରାଜି ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି। ଏତେ ସଂଖ୍ୟକ ସୈନ୍ୟ ଓ ନାଗରିକଙ୍କୁ ହରାଇବା ପରେ ବି ଭୋଲୋଦିମିର୍‌ ଜେଲେନସ୍କି ଋଷ ସେନାକୁ ଚେତାବନୀ ଦେଇଚାଲିଛନ୍ତି।

ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି ଋଷର ସୈନିକମାନଙ୍କୁ ପଛଘୁଞ୍ଚା ଦେବାକୁ କହିଛନ୍ତି। ତାଙ୍କ କହିବା ମୁତାବକ, ଗତ ସପ୍ତାହରେ ପ୍ରାୟ ୯,୦୦୦ ରୁଷୀୟ ଯବାନଙ୍କର ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ ଏହି ସଂଖ୍ୟା ଆହୁରି ବଢ଼ୁ ମୁଁ ଚାହୁଁନାହିଁ। ୟୁକ୍ରେନ ମାଟି ଋଷର ଯବାନଙ୍କ ମୃତଦେହରେ ଭର୍ତ୍ତି ହେଉ ବୋଲି ମୁଁ ଚାହୁଁନାହିଁ। ତୁରନ୍ତ ଘରକୁ ଯାଅ।

ତେବେ ଋଷ ୟୁକ୍ରେନର ଗୋଟେ ପରେ ସହର ଅକ୍ତିଆର କରୁଥିବା ନେଇ କହୁଥିବା ବେଳେ ଏବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଏଭଳି ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ସମୟ ପୂର୍ବରୁ ରୁଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍‌ରୋଭ୍‌ କହିଥିଲେ, ଭୋଲୋଦିମିର୍‌ ଜେଲେନସ୍କିଙ୍କୁ ତାଙ୍କ ଦେଶ ୟୁକ୍ରେନ୍‌ର ସାମ୍ବିଧାନିକ ରାଷ୍ଟ୍ରପତି ମର୍ଯ୍ୟାଦା ଦିଏ କିନ୍ତୁ, ରୁଷ୍‌ର ଏକମାତ୍ର ଉଦ୍ଦେଶ୍ୟ‌ ହେଉଛି ୟୁକ୍ରେନ୍‌ର ସାମରିକ ଶକ୍ତି ବିଲୋପ କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe