ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ ଆଗତ ଜନସ୍ବାର୍ଥ ମାମଲା ଖାରଜ; ସୁପ୍ରିମ୍‌ କୋର୍ଟ କହିଲେ- ଆମର ସମୟ ନଷ୍ଟ କରନ୍ତୁ ନାହିଁ

Advertisment
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ ଆଗତ ଜନସ୍ବାର୍ଥ ମାମଲା ଖାରଜ; ସୁପ୍ରିମ୍‌ କୋର୍ଟ କହିଲେ- ଆମର ସମୟ ନଷ୍ଟ କରନ୍ତୁ ନାହିଁ

Image Courtesy of The Indian Express

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାର ସିବିଆଇ କିଂବା ଏନ୍‌ଆଇଏ ତଦନ୍ତ ଦାବି କରି ଦାଏର ‌ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ସୁଶାନ୍ତଙ୍କ ବାପା ଏହି ଘଟଣାରେ ମାମଲା ଚଳାଉଥିବା ବେଳେ ଅପରିଚିତ ବ୍ୟକ୍ତିମାନେ ଅକାରଣରେ ଏଥିରେ ପ୍ରବେଶ କରୁଛନ୍ତି।

ଏହି ମାମଲାରେ ମୁମ୍ବାଇର ଆଇନ ଛାତ୍ର ଦ୍ବିବେନ୍ଦ୍ର ଦେବତାଦୀନ ଦୁବେଙ୍କ ଦ୍ବାରା ଦାଏର ହୋଇଥିବା ଜନସ୍ବାର୍ଥ ମାମଲାକୁ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ, ବିଚାରପତି ଏଏସ୍‌ ବୋପନ୍ନା ଏବଂ ଭି ରାମସୁବ୍ରମଣିଆନ୍‌ଙ୍କ ଖଣ୍ଡପୀଠ ଖାରଜ କରିଛନ୍ତି।

publive-image

ଖଣ୍ଡପୀଠ କହିଛନ୍ତି, ମୃତବ୍ୟକ୍ତିଙ୍କ ବାପା ମାମଲା ଚଳାଇଛନ୍ତି। ସେ ଯେ ମାମଲା ଠିକ୍ ଭାବେ ଚଳାଇ ପାରିବେ ନାହିଁ, ସେ ଭଳି କିଛି କାରଣ ନାହିଁ। ଆପଣ ଏ ମାମଲାରେ ଜଣେ ଆଗନ୍ତୁକ। ଅକାରଣରେ ଏଥିରେ ପ୍ରବେଶ କରୁଛନ୍ତି। ଏଥିପାଇଁ ଆମେ ଅନୁମତି ଦେବୁ ନାହିଁ। ଆବେଦନ ଖାରଜ ହେଲା। ଆମ ସମୟ ଅପଚୟ କରନ୍ତୁ ନାହିଁ।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ହୋଇଥିବା ସଂକ୍ଷିପ୍ତ ଶୁଣାଣି ସମୟରେ ଶୀର୍ଷ ଅଦାଲତଙ୍କୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ସୂଚାଇ ଥିଲେ ଯେ, ପାଟନା ମାମଲାର ତଦନ୍ତ ଦାୟିତ୍ବ ସିବିଆଇ ଗ୍ରହଣ କରିଛି। ଗୋଟିଏ ମାମଲା ମୁମ୍ବାଇରେ ଏବଂ ଅନ୍ୟଟି ପାଟନାରେ ଦାଏର ହୋଇଛି। ବିହାର ସରକାର ସିବିଆଇ ତଦନ୍ତ ଲାଗି ଅନୁରୋଧ କରିବାରୁ ଆମେ ରାଜି ହୋଇଥିଲୁ। କିନ୍ତୁ, ମୁମ୍ବାଇ ମାମଲା ଏଯାବତ୍ ସିବିଆଇକୁ ସ୍ଥାନାନ୍ତର ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe