କୋଭିଡ୍‌ ସଂକ୍ରମଣ ବୃଦ୍ଧି: ଆମକୁ ସତର୍କ ରହିବାର ଆବଶ୍ୟକତା ଅଛି; କିନ୍ତୁ ଚିନ୍ତାର କାରଣ ନାହିଁ; କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ

କୋଭିଡ୍‌ ସଂକ୍ରମଣ ବୃଦ୍ଧି: ଆମକୁ ସତର୍କ ରହିବାର ଆବଶ୍ୟକତା ଅଛି; କିନ୍ତୁ ଚିନ୍ତାର କାରଣ ନାହିଁ; କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କୋଭିଡ୍‌ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୋମବାର କହିଛନ୍ତି ଯେ ଦେଶରେ ବ୍ୟାପୁଥିବା ଓମିକ୍ରନ୍‌ ସବ୍‌-ଭାରିଏଣ୍ଟ ଯୋଗୁଁ କୋଭିଡ୍‌ ସଂକ୍ରମଣରେ ବୃଦ୍ଧି ଘଟିଥିଲେ ମଧ୍ୟ ଡାକ୍ତରଖାନାରେ ରୋଗୀଙ୍କ ଭର୍ତ୍ତି ସଂଖ୍ୟା ବୃଦ୍ଧି ପାଇନାହିଁ ଏବଂ ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

ତେବେ, ଏଥିନେଇ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଆମକୁ ସତର୍କ ରହିବାର ଆବଶ୍ୟକତା ଅଛି; କିନ୍ତୁ ଚିନ୍ତା କରିବାର କୌଣସି କାରଣ ନାହିଁ। ବର୍ତମାନ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ାଉଥିବା ଓମିକ୍ରନର ସବ୍‌ ଭାରିଏଣ୍ଟ ସଂକ୍ରମଣକୁ ବଢ଼ାଇଥିଲେ ମଧ୍ୟ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇ ନାହିଁ ବୋଲି ମାଣ୍ଡବ୍ୟ କହିଛନ୍ତି।

ଗତ କିଛି ଦିନ ମଧ୍ୟରେ ଭାରତରେ କୋଭିଡ୍‌ ମାମଲା ବୃଦ୍ଧି ପାଇଛି ଏବଂ ଅପ୍ରେଲ ୧ ରେ ଦୈନିକ ନୂତନ ସଂକ୍ରମଣ ୨,୯୯୪ରୁ ଅପ୍ରେଲ ୨ ରେ ୩,୮୨୪ ଏବଂ ଅପ୍ରେଲ ୩ ରେ ୩,୬୪୧ ମଧ୍ୟରେ ରହିଛି। ଆଜି ଦେଶର ଦୈନିକ ପଜିଟିଭିଟି ହାର ୬.୧୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭିଟି ହାର ୨.୪୫ ପ୍ରତିଶତ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୧,୮୦୦ ରୋଗୀ ସୁସ୍ଥ ହେବା ପରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪,୪୧,୭୫,୧୩୫ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ୨୦,୨୧୯ ରହିଛି। ଗତ ସପ୍ତାହରେ ସମଗ୍ର ଦେଶରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କୋଭିଡ-୧୯ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛି।

ଜୀବାଣୁ ସଂକ୍ରମଣର କ୍ଲିନିକାଲ ସନ୍ଦେହ ନଥିଲେ ଆଣ୍ଟିବାୟୋଟିକ ବ୍ୟବହାର କରିବା ଉଚିତ ନୁହେଁ। ଅନ୍ୟାନ୍ୟ ସ୍ଥାନୀୟ ସଂକ୍ରମଣ ସହିତ କୋଭିଡ୍‌-୧୯ର ସଂକ୍ରମଣର ସମ୍ଭାବନାକୁ ବିଚାରକୁ ନିଆଯିବା ଦରକାର। ସାମାନ୍ୟ ରୋଗରେ ‘ସିଷ୍ଟେମିକ୍‌ କର୍ଟିକୋଷ୍ଟେରଏଡ୍‌’ ସୂଚିତ ହୁଏ ନାହିଁ ବୋଲି ସଂଶୋଧିତ ମାର୍ଗଦର୍ଶିକାରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe