ନୂଆଦିଲ୍ଲୀ: ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ଯାଦବ ଆଜି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସେ କ୍ଷମା କରିବାପାଇଁ ଏବଂ ବିରୋଧୀ ଇଣ୍ଡି ମେଣ୍ଟକୁ ସ୍ବାଗତ କରିବାପାଇଁ ପ୍ରସ୍ତୁତ ଅଛନ୍ତି। ଲାଲୁ ଯାଦବ କହିଛନ୍ତି, ନୀତୀଶଙ୍କ ପାଇଁ ଆମ ଦ୍ବାର ଖୋଲା ଅଛି। ସେ ମଧ୍ୟ ତାଙ୍କ ଗେଟ୍ ଖୋଲା ରଖିବା ଉଚିତ। ଏହାଦ୍ବାରା ଉଭୟ ପକ୍ଷର ଲୋକଙ୍କ ଯାତାୟତ ରହିପାରିବ। ତେବେ ଆରଜେଡି ମୁଖ୍ୟଙ୍କର ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଟାକ୍ଷରେ କହିଛନ୍ତି, ‘ଆପଣ କ’ଣ କହିଲେ ?’ ପୂର୍ବତନ ଜେଡିୟୁ ସଭାପତି ରାଜୀବ ରଂଜନ ସିଂହ ଲଳନ କହିଛନ୍ତି, ଏନ୍ଡିଏ ସୁଦୃଢ଼ ଅଛି ଏବଂ ଜେଡିୟୁ-ବିଜେପି ଏକଜୁଟ୍ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ନୀତୀଶଙ୍କ ପାଇଁ ଇଣ୍ଡି ମେଣ୍ଟ ଦ୍ବାର ଖୋଲା: ଲାଲୁ
Advertisment
Follow Us