ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଘର ପାଖରେ ଡବଲ୍ ମର୍ଡର: ବରିଷ୍ଠ ରେଳ ଅଧିକାରୀଙ୍କ ପତ୍ନୀ ଓ ପୁଅକୁ ଗୁଳି କରି ହତ୍ୟାକଲେ ଅଜଣା ଆତତାୟୀ

Advertisment
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଘର ପାଖରେ ଡବଲ୍ ମର୍ଡର: ବରିଷ୍ଠ ରେଳ ଅଧିକାରୀଙ୍କ ପତ୍ନୀ ଓ ପୁଅକୁ ଗୁଳି କରି ହତ୍ୟାକଲେ ଅଜଣା ଆତତାୟୀ

News18.com

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗୌତମପଲ୍ଲୀସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟସ୍ଥ ଅଞ୍ଚଳରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ଏଠାରେ ରେଲୱେର ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ପଶି ତାଙ୍କ ପତ୍ନୀ ଓ ପୁଅକୁ ହତ୍ୟା କରାଯାଇଛି।

ସୂଚନାଯୋଗ୍ୟ, ନୂଆଦିଲ୍ଲୀସ୍ଥିତ ରେଳ ମନ୍ତ୍ରାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଦତ୍ତ ବାଜପେୟୀଙ୍କ ପତ୍ନୀ ଓ ୨୦ବର୍ଷୀୟ ପୁଅକୁ ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟା ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ କମିଶନର ଏବଂ ବରିଷ୍ଠ ଅଧିକାରୀ, ଡଗ୍‌ ସ୍କ୍ଵାର୍ଡ, ଫରେନ୍‌ସିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣା ବେଳେ ଘରେ ଥିବା ଅଧିକାରୀଙ୍କ ଝିଅ ବର୍ତ୍ତମାନ କୋମାରେ ଥିବା ଜଣାପଡ଼ିଛି। ତାଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

ରେଳ ମନ୍ତ୍ରୀ ପିୟୁଷ ଗୋଏଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଡିଜିପିଙ୍କ ସହ କଥା ହୋଇ ପୂରା ଘଟଣାର ଖୁଲାସା କରିବାକୁ କହିଛନ୍ତି। ଘଟଣା ସମୟରେ ବାଜପେୟୀ ଦିଲ୍ଲୀରେ ଥିଲେ। ହତ୍ୟାର ସୂଚନା ମିଳିବା ମାତ୍ରେ ସେ ଲକ୍ଷ୍ନୌ ଅଭିମୁଖେ ବାହାରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe