ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ ପାଇଁ ଦେଶର ୧୦ଟି ରାଜ୍ୟରେ ବଢ଼ୁଛି ସଂକ୍ରମଣ

ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ ପାଇଁ ଦେଶର ୧୦ଟି ରାଜ୍ୟରେ ବଢ଼ୁଛି ସଂକ୍ରମଣ

The Hindu

ନୂଆଦିଲ୍ଲୀ: ଦେଶରେ ଏବେ ଦୈନିକ ସଂକ୍ରମଣ ୨ଲକ୍ଷ ପାର ହୋଇଥିବା ବେଳେ ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ ପାଇଁ ସଂକ୍ରମଣ ବଢ଼ୁଛି। ଦେଶର ୧୦ଟି ରାଜ୍ୟର ରୋଗୀଙ୍କ ଶରୀରରେ ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ ଚିହ୍ନଟ ହେବା ସହ ଏହା ସଂକ୍ରମଣ ବଢ଼ାଇବାର କାରଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜୁରାଟ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରୁ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ମିଳିଥିବା ସହ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଏହି ମ୍ୟୁଟାଣ୍ଟଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ତେବେ ସଂକ୍ରମଣ ବୃଦ୍ଧି ପାଇବା ପଛରେ ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ ସମ୍ପୂର୍ଣ୍ଣ ଦାୟୀ ବୋଲି କୁହାଯାଇପାରିବ ନାହିଁ।

COVID-19 tracker: CDC panel reviews J&J vaccine data; Pfizer prices going  up in Europe | FiercePharma FiercePharma

“ଡବଲ୍ ମ୍ୟୁଟେସନ୍” ହେଉଛି ଯେତେବେଳେ ଭୂତାଣୁର ଦୁଇଟି ମ୍ୟୁଟେଟେଡ୍ ଷ୍ଟ୍ରେନ୍ ଏକତ୍ରିତ ହୋଇ ଏକ ତୃତୀୟ ଷ୍ଟ୍ରେନ୍ ଗଠନ କରନ୍ତି। ଭାରତରେ ରିପୋର୍ଟ ହୋଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ ହେଉଛି ଇ୪୮୪କ୍ୟୁ ଏବଂ ଏଲ୪୫୨ଆର ଷ୍ଟ୍ରେନ୍ ମିଶ୍ରଣର ଫଳାଫଳ। ଏଲ୪୫୨ଆର ଷ୍ଟ୍ରେନ୍ ଯୁକ୍ତରାଷ୍ଟ୍ରର କାଲିଫର୍ନିଆରୁ ଚିହ୍ନଟ ହୋଇଥିବା ବେଳେ ଇ୪୮୪କ୍ୟୁ ଷ୍ଟ୍ରେନ୍ ସ୍ୱଦେଶୀ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe