୯ରେ ନିଲାମ ହେବ ଦାଉଦ୍‌ ଇବ୍ରାହିମ୍‌ର ସମ୍ପତ୍ତି

Advertisment
୯ରେ ନିଲାମ ହେବ ଦାଉଦ୍‌ ଇବ୍ରାହିମ୍‌ର ସମ୍ପତ୍ତି

ମୁମ୍ବାଇ: ପଳାତକ ଅଣ୍ଡରଓ୍ଵାର୍ଲଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ସମ୍ପତ୍ତି ନିଲାମ କରାଯିବ। ମୁମ୍ବାଇର ୩ଟି ଜାଗାରେ ଦାଉଦ୍‌ର ୩ଟି ସମ୍ପତ୍ତି ରହିଥିବା ବେଳେ ତନ୍ମଧ୍ୟରୁ ଗୋଟିଏର ନିଲାମ ଅଗଷ୍ଟ ୯ ତାରିଖରେ ହେବ। ଏଥିପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଡ୍‌ ଆହ୍ଵାନ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସହରର ମଧ୍ୟଭାଗସ୍ଥିତ ଭିଣ୍ଡିବଜାରରେ ଥିବା ଦାଉଦ୍‌ର ‘ମସୁଲା ବିଲ୍‌ଡିଂ’ ନିଲାମ କରାଯିବ। ଏହାର ମୂଳ ମୂଲ୍ୟ ୭୯.୪୩ ଲକ୍ଷ ଟଙ୍କା ରଖାଯାଇଛି। ପରେ ଅନ୍ୟ ସମ୍ପତ୍ତିଗୁଡ଼ିକର ନିଲାମ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe