Advertisment

ପୁଟିନଙ୍କୁ ଭେଟିଲେ ଡୋଭାଲ୍

Advertisment

ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଗୁରୁବାର ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ରୁଷରୁ ତେଲ କିଣିବା ପ୍ରସଙ୍ଗରେ ଆମେରିକା ପକ୍ଷରୁ ଭାରତକୁ ବାରମ୍ବାର ଟାର୍ଗେଟ କରିବା ପରିପ୍ରେକ୍ଷୀରେ ଏହି ସାକ୍ଷାତକୁ ବେଶ ଗୁରୁତ୍ବ ଦିଆଯାଉଛି ।

doval

 ମସ୍କୋ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଗୁରୁବାର (୭ ଅଗଷ୍ଟ, ୨୦୨୫) ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଭାରତ ଏବଂ ରୁଷ ମଧ୍ୟରେ ଶକ୍ତି ଏବଂ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ରୁଷରୁ ତେଲ କିଣିବା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଭାରତକୁ ବାରମ୍ବାର ଟାର୍ଗେଟ କରିବା ପରିପ୍ରେକ୍ଷୀରେ ଏହି ସାକ୍ଷାତକୁ ବେଶ ଗୁରୁତ୍ବ ଦିଆଯାଉଛି । 

ରୁଷରୁ ତେଲ କିଣିବା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଭାରତକୁ ବାରମ୍ବାର ଟାର୍ଗେଟ କରିବା ପରିପ୍ରେକ୍ଷୀରେ ଏହି ସାକ୍ଷାତକୁ ବେଶ ଗୁରୁତ୍ବ ଦିଆଯାଉଛି । 

ଏହା ପୂର୍ବରୁ, ଡୋଭାଲ ରୁଷ ସୁରକ୍ଷା ପରିଷଦ ସଚିବ ସେରଗେ ସୋଇଗୁଙ୍କୁ ମଧ୍ୟ ଭେଟିଥିଲେ। ସୋଇଗୁ କହିଥିଲେ ଯେ ଭାରତ ଏବଂ ରୁଷ ମଧ୍ୟରେ "ମଜବୁତ ଏବଂ ସମୟ ପରୀକ୍ଷିତ" ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ସେ କହିଥିଲେ ଯେ ରାଷ୍ଟ୍ରପତି ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ନୂତନ ଉଚ୍ଚସ୍ତରୀୟ ଆଲୋଚନା ସୂଚୀବଦ୍ଧ କରିବା ଦୁଇ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ଡୋଭାଲ ବୁଧବାର ମସ୍କୋରେ ପହଞ୍ଚିଥିଲେ । ସେ ମଧ୍ୟ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ପୁଟିନ ଭାରତ ଗସ୍ତ କରିବେ ।

ଆମେରିକା ପକ୍ଷରୁ ଭାରତ, ଚୀନ ଓ ଅନ୍ୟ ବ୍ରିକ୍ସ ଦେଶମାନଙ୍କୁ ଟାର୍ଗେଟ କରିବା ଦ୍ବାରା ଏସବୁ ଦେଶମାନେ ଏକାଠି ହେବା ଆରମ୍ଭ କରିଛନ୍ତି । ଏପରିକି ଚୀନ ଖୋଲାଖୋଲି ଭାରତକୁ ସମର୍ଥନ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe