ଏସ୍‌ସିଓ ବୈଠକରେ ଚୀନ୍‌କୁ ଡୋଭାଲଙ୍କ କଡ଼ା ବାର୍ତ୍ତା: ଏକପାଖିଆ ସାମରିକ ପ୍ରଭୁତ୍ବ ଦେଖାଇବା ଅନୁଚିତ

Advertisment
ଏସ୍‌ସିଓ ବୈଠକରେ ଚୀନ୍‌କୁ ଡୋଭାଲଙ୍କ କଡ଼ା ବାର୍ତ୍ତା: ଏକପାଖିଆ ସାମରିକ ପ୍ରଭୁତ୍ବ ଦେଖାଇବା ଅନୁଚିତ

ନୂଆଦିଲ୍ଲୀ : ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ବୁଧବାର ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍‌କୁ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ସଂଗଠନର ପ୍ରତ୍ୟେକ ସଦସ୍ୟ ଅନ୍ୟ ରାଷ୍ଟ୍ରର ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ଦେବା ଏବଂ ସୀମାରେ ପଡ଼ୋଶୀ ରାଷ୍ଟ୍ର ଉପରେ ଏକପାଖିଆ ସାମରିକ ପ୍ରଭୁତ୍ବ ଦେଖାଇବା ଅନୁଚିତ।

ଏସ୍‌ସିଓର ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ବୈଠକରେ ଉଦ୍‌ବୋଧନ ଦେଇ ଡୋଭାଲ ଆଞ୍ଚଳିକ ସଂଯୋଗ ଉପରେ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ, ଏପରି ଉଦ୍ୟମ ପରସ୍ପର ପରାମର୍ଶମୂଳକ ଓ ସ୍ବଚ୍ଛ ହେବା ଦରକାର ଏବଂ ସବୁ ଦେଶର ସାର୍ବଭୌମତ୍ବ ପ୍ରତି ସମ୍ମାନ ରହିବା ଉଚିତ। ପାକ୍-ଅଧିକୃତ କାଶ୍ମୀର ଦେଇ ଯାଉଥିବା ଚୀନ୍‌-ପାକିସ୍ତାନ ଅର୍ଥନୈତିକ କରିଡରକୁ ଭାରତ ବାରମ୍ବାର ବିରୋଧ କଲେ ମଧ୍ୟ ଚୀନ୍ ଶୁଣୁ ନ ଥିବା ବେଳେ ଏହି ପରିପ୍ରେକ୍ଷୀରେ ଡୋଭାଲଙ୍କ ମନ୍ତବ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ।

ଏହି ବୈଠକରେ ରୁଷ୍‌ର ସୁରକ୍ଷା ପରିଷଦ ସଦସ୍ୟ ନିକୋଲାଇ ପାତ୍ରୁସେଭ ଏବଂ କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ବରିଷ୍ଠ ଅଧିକାରୀ ତଥା ଏସ୍‌ସିଓର ଆଞ୍ଚଳିକ ଆତଙ୍କବାଦ-ନିରୋଧୀ ଢାଞ୍ଚା (ଆର୍‌ଏଟିଏସ୍‌)ର ପ୍ରତିନିଧି ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe