ଶିଶୁକୁ ବଞ୍ଚାଇବା ପାଇଁ କୂଅରେ ପଡ଼ିଗଲେ ୩୦ଜଣ; ୪ଜଣଙ୍କ ହେଲା ମୃତ୍ୟୁ

Advertisment
ଶିଶୁକୁ ବଞ୍ଚାଇବା ପାଇଁ କୂଅରେ ପଡ଼ିଗଲେ ୩୦ଜଣ; ୪ଜଣଙ୍କ ହେଲା ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ଗଞ୍ଜବାସୋଦାରେ ଗୁରୁବାର ରାତିରେ ଶିଶୁକୁ ବଞ୍ଚାଇବା ପାଇଁ ୩୦ରୁ ଅଧିକ ଜଣ କୂଅର ପଡ଼ି ଯାଇଥିବା ଖବର ମିଳିଛି। ତେବେ ହଠାତ ମାଟି ଧସକି ଯିବା ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ୩୦ଜଣଙ୍କ ମଧ୍ୟରୁ ୧୯ଜଣଙ୍କୁ ସୁରକ୍ଷିତ ଭାବେ କୂଅରୁ ବାହାର କରାଯାଇଛି। ଉଦ୍ଧାରକାର୍ଯ୍ୟ ଏବେ ବି ଜାରି ରହିଛି।
ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି। ଏହି ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ନିଖୋଜ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ଆହତଙ୍କ ମାଗଣା ଚିକିତ୍ସା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe