ମଣିପୁରରେ ବଡ଼ ଭୂସ୍ଖଳନ: ୭ ଯବାନଙ୍କ ମୃତଦେହ ଉଦ୍ଧାର, ମାଟି ତଳେ ଫସି ରହିଛନ୍ତି ୫୦ରୁ ଅଧିକ ଲୋକ

Advertisment
ମଣିପୁରରେ ବଡ଼ ଭୂସ୍ଖଳନ: ୭ ଯବାନଙ୍କ ମୃତଦେହ ଉଦ୍ଧାର, ମାଟି ତଳେ ଫସି ରହିଛନ୍ତି ୫୦ରୁ ଅଧିକ ଲୋକ

ani

ମଣିପୁର: ମଣିପୁରରେ ଗତ କିଛି ଦିନ ହେବ ଜାରି ରହିଥିବା ବର୍ଷା କାରଣରୁ ବୁଧବାର ରାତିରେ ନୋନି ଜିଲ୍ଲାର ତୁପୁଲ୍‌ ରେଳବାଇ ଷ୍ଟେସନ୍‌ ନିକଟରେ ବଡ଼ ଧରଣର ଭୂସ୍କଳନ ଘଟିଛି। ଏହି ଭୂସ୍କଳନରେ ୭ ଜଣ ସେନା ଯବାନଙ୍କ ଜୀବନ ଯାଇଛି।  ଭୂସ୍କଳନ ପରେ ୧୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଓ ୫୫ ଜଣଙ୍କର ଏବେ ବି କୌଣସି ଖୋଜ୍‌ ଖବର ନାହିଁ। ସେମାନଙ୍କୁ ଠାବ କରିବା ପାଇଁ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନାର ହେଲିକପ୍ଟର ମଧ୍ୟ ଉଚିତ ସମୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ୍‌ ହୋଇଛି। ଏନଡିଆରଏଫକୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଘଟଣାସ୍ଥଳକୁ ପଠାଯାଇଛି।

ନର୍ଥ-ଇଷ୍ଟ୍‌ ରେଲୱେ ପକ୍ଷରୁ ଜାରି ହୋଇଥିବା ସୂଚନାନୁସାରେ, ଲଗାଣ ବର୍ଷା ହେତୁ ହୋଇଥିବା ଭୂସ୍ଖଳନ ଜିରିବମ-ଇମ୍ଫାଲ ନୂଆ ରେଳ ‌ଲାଇନ୍‌ ପ୍ରକଳ୍ପର ନିର୍ମାଣଧୀନ ତୁପୁଲ୍‌ ‌ଷ୍ଟେସନ୍‌ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଭୂସ୍ଖଳନ ଉଭୟ ଟ୍ରାକ୍‌ ନିର୍ମାଣ ଓ ନିର୍ମାଣଧୀନ ଶ୍ରମିକଙ୍କ ଶିବିରକୁ କ୍ଷତିଗ୍ରସ୍ତ କରିିଛି।

ପରିସ୍ଥତିରେ ଏବେ ବି ସୁଧାର ଆସି ନଥିବାରୁ ନୋନିର ଡେପୁଟି କମିସନ୍‌ର ଏକ ପରାମର୍ଶବଳୀ ଜାରି କରି ସଂପୃକ୍ତ ଅଞ୍ଚଳକୁ ସାଧାରଣ ଜନତା, ବିଶେଷ କରି ଛୋଟ ପିଲାଙ୍କୁ ଯିବା ପାଇଁ ବାରଣ କରିଛନ୍ତି।

ଭୂସ୍କଳନ ଘଟିବା ପରେ ଉଭୟ ରାଜ୍ୟ ଓ ଜାତୀୟ ତଦନ୍ତକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିିତ ହୋଇଛନ୍ତି। ମଣିପୁରରେ ଗତକିଛି ଦିନ ହେବ ଲଗାତର ବର୍ଷା ପାଇଁ ଏକାଧିକ ରାସ୍ତାକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଜାତୀୟ ରାଜପଥ-୩୭ରେ ଯାତ୍ରା ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ସହାୟତା ପାଇଁ ନୋନି ଜିଲ୍ଲାର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ହେଲ୍‌ପଲାଇନ୍‌ ନମ୍ବର ବି ଜାରି କରାଯାଇଛି।

ଏହି ଭୂସ୍କଳନ ପରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହ ଏକ ଜରୁରିକାଳୀନ ବୈଠକ ଡକାଇଛନ୍ତି। ପ୍ରଭାବିତମାନଙ୍କ ଚିକିତ୍ସା ପାଇଁ ନୋନି ‌ଆର୍ମି ମେଡିକାଲ୍‌ ଟିମ୍‌କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe