ଅହମ୍ମଦାବାଦ: କେତେ ସ୍ଵପ୍ନ ନେଇ ପିଲା ପାଠ ପଢୁଥିଲେ । କ୍ଲାସ ସରିବା ପରେ ମଧ୍ୟାହ୍ନ ଭୋଜନ ପାଇଁ ହଷ୍ଟେଲ ଆସିଥିଲେ । କ୍ୟାଣ୍ଟିନରେ କିଏ ଖାଉଥିଲା ତ କିଏ ଖାଇବା ପାଇଁ ଲାଇନ ଲଗାଇଥିଲା । ଖାଇବା ପରେ ପୁଣି କିଏ କ୍ଲାସ ଯାଇଥାନ୍ତା ତ ପୁଣି କିଏ ପ୍ରାକ୍ଟିକାଲ କରିବାକୁ ଯାଇଥାନ୍ତା । ହେଲେ କିଏ ଜାଣିଥିଲା ଏଇ ଖାଇବା କାହା ପାଇଁ ଶେଷ ଖାଇବା ହେବ ବୋଲି । ମଧ୍ୟାହ୍ନ ଭୋଜନ ବେଳେ ମୃତ୍ୟୁ ମାଡ଼ି ଆସିବ ବୋଲି । ଆଉ କେଇ ମିନିନରେ ସେମାନଙ୍କ ଡାକ୍ତର ହେବାର ସ୍ଵପ୍ନକୁ ଧକ୍କା ଦେଇ ଛାରଖାର କରିଦେବ ବୋଲି । କେତେ ସ୍ଵପ୍ନ ନେଇ ସେମାନଙ୍କ ବାପାମାଆ ସେମାନଙ୍କୁ ମେଡିକାଲ ପଢାଇବାକୁ ଛାଡିଥିଲେ । ପୁଅ ଡାକ୍ତରୀ ପାଠ ପଢି ଡାକ୍ତର ହେବ ଆଉ ସେମାନଙ୍କର ନାଁ ରଖିବ । ବାପାମାଆଙ୍କ ଏ ସ୍ଵପ୍ନରେ ବିମାନ ମାଡିଯାଇଛି, ସ୍ଵପ୍ନ ଜଳିଯାଇଛି ।
ब्रेकिंग! 🚨
— SHIVANI VERMA (@ShivaniV2901) June 12, 2025
अहमदाबाद के BJ medical College के हॉस्टल कैंटीन में प्लेन क्रैश हो गया,
उस समय छात्र दोपहर का खाना खा रहे थे।
कई MBBS छात्रों की मौ@त की दुखद ख़बर सामने आ रही है। 🥲🙏
यह विमान दुर्घटना विमानन इतिहास की सबसे भयावह घटनाओं में से एक मानी जा रही है। 😑#PlaneCrash… pic.twitter.com/wkZ6Vd0OxI
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା ଦୃଶ୍ୟ । ଯେଉଁଠି ମେଡିକାଲ କଲେଜରେ ପଶିଯାଇଛି ବିମାନ । କୁହାଯାଉଛି ଉଡାଣ ବେଳେ ବିମାନବନ୍ଦର ନିକଟରେ ଥିବା ବିଜେ ମେଡିକାଲ କଲେଜର କ୍ୟାଣ୍ଟିନରେ ପଶିଯାଇଛି ବିମାନ । ସେତେବେଳେ ପ୍ରାୟ ୫୦ରୁ ୬୦ ପିଲା ଖାଉଥିଲେ ।
ବିମାନ କ୍ରାସ୍ ପରେ ମେଡିକାଲ କ୍ୟାଣ୍ଟିନରେ ଏମବିବିଏସ ପିଲା ଏବଂ କିଛି ଇଣ୍ଟର୍ଣ୍ଣ ପିଲା ଖାଉଥିଲେ । ଆଉ ଠିକ୍ ଖାଇବା ବେଳେ ଖସିଲା ବିମାନ । ଯେଉଁଥିରେ ଏକାଧିକ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
#ଖାଇବା_ବେଳେ_ଖସିଲା_ବିମାନ
— Sambad (ସମ୍ବାଦ) (@sambad_odisha) June 12, 2025
-ଦୁର୍ଘଟଣା ପରେ ମେଡିକାଲ କଲେଜରେ ପଶିଗଲା ବିମାନ
-ସାମ୍ନାକୁ ଆସିଲା ମେଡିକାଲ କଲେଜ କ୍ୟାଣ୍ଟିନର ଭୟଙ୍କର ଦୃଶ୍ୟ
-କେଉଁଠି ଖାଇବା ପ୍ଲେଟ୍ ପଡିଛି ତ କେଉଁଠି ପଡିଛି ରୋଷେଇ ସାମଗ୍ରୀ #Ahmedabad #PlaneCrash #Sambad pic.twitter.com/SvkByM1gPa
କେଉଁଠି ଖାଇବା ପ୍ଲେଟ୍ ପଡିଛି ତ କେଉଁଠି ପଡିଛି ରୋଷେଇ ସାମଗ୍ରୀ । ଏହି ଦୃଶ୍ୟ ସବୁ ବୟାନ କରୁଛି କେତେ ଭୟଙ୍କର ଥିବ ସେ ଘଟଣା । ସେପଟେ ଜଣେ ମାଆ କହିଛନ୍ତି ଯେଉଁଠି ବିମାନ ଖସିଛି ସେଠି ତାଙ୍କ ପୁଅ ଖାଇବାକୁ ଯାଉଥିଲା । ଆଉ ବିମାନ ଖସିବା ପରେ ସେ ଛାନିଆରେ ଆଉ ଏକ ବିଲ୍ଡିଂକୁ ଡେଇଁ ପଡିଲା । ଡେଇଁ ପଡିବା ପରେ ସେ ଆହତ ହୋଇଛି ସତ କିନ୍ତୁ ମୋ ପୁଅ ବଞ୍ଚି ଯାଇଛି ବୋଲି ଜଣେ ମାଆ ଗଣମାଧ୍ୟମକୁ କହିଛନ୍ତି ।
ଅଧିକ ପଢନ୍ତୁ-
ହୃଦୟବିଦାରକ... ଛାତିଥରା... ଲୋମଟାଙ୍କୁରା... ବିମାନ ଦୁର୍ଘଟଣାର ଲାଇଭ ଦୃଶ୍ୟ